ଅକ୍ଟୋବରରୁ ପ୍ରାକ୍ ବଜେଟ୍‌ ବୈଠକ

Advertisment

କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅକ୍ଟୋବର ଦ୍ବିତୀୟ ସପ୍ତାହରୁ ପ୍ରାକ୍-ବଜେଟ୍‌ ବୈଠକ ଆରମ୍ଭ ହୋଇ ନଭେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିବ।

କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅକ୍ଟୋବର ଦ୍ବିତୀୟ ସପ୍ତାହରୁ ପ୍ରାକ୍-ବଜେଟ୍‌ ବୈଠକ ଆରମ୍ଭ ହୋଇ ନଭେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିବ।

ବଜେଟ୍‌ରେ କୃଷି: ନା ନ୍ୟାୟ ନା ପୁରସ୍କାର ନା କୃତଜ୍ଞତା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅକ୍ଟୋବର ଦ୍ବିତୀୟ ସପ୍ତାହରୁ ପ୍ରାକ୍-ବଜେଟ୍‌ ବୈଠକ ଆରମ୍ଭ ହୋଇ ନଭେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ଅର୍ଥନୀତିର ବିଭିନ୍ନ କ୍ଷେତ୍ର, ଶିଳ୍ପ ସଂଘ, ନାଗରିକ ସମାଜ ଆଦି ସହ ଆଲୋଚନା କରି ବଜେଟ୍‌ରୁ ସେମାନଙ୍କ ଆଶା ଜାଣିବାକୁ ଉଦ୍ୟମ କରାଯିବ। ପ୍ରାକ୍ ବଜେଟ୍‌ ବୈଠକ ଶେଷ ହେବା ପରେ ବଜେଟ୍ ଅଟକଳ ଧାର୍ଯ୍ୟ କରାଯିବ। 

ପ୍ରାକ୍ ବଜେଟ୍ ବୈଠକରେ ବିଭିନ୍ନ ବ୍ୟୟ ବର୍ଗରେ କେତେ ପାଣ୍ଠି ଆବଶ୍ୟକ, ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟ ଲାଗି ଆବଶ୍ୟକ ବ୍ୟୟବରାଦ, ବିଭିନ୍ନ ବିଭାଗ ଅଧୀନରେ ଥିବା ଉଦ୍ୟୋଗଗୁଡ଼ିକର ଆୟ, ରାଜସ୍ବ ସଂଗ୍ରହ ଓ ବ୍ୟୟ ଉପରେ ଆଲୋଚନା ହେବ। ବ୍ୟୟର ବାସ୍ତବ ଆକଳନ ଉପସ୍ଥାପନ କରିବାକୁ ବିଭାଗଗୁଡ଼ିକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ‌ଆର୍ଥିକ ବର୍ଷ ଆରମ୍ଭରୁ ବଜେଟ୍‌ ଘୋଷଣାଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ଫେବ୍ରୁଆରି ମାସର ପ୍ରଥମ ଦିନରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଆସନ୍ତା ବର୍ଷ ‌ସେହିଦିନରେ ବଜେଟ୍ ଉପସ୍ଥାପନ ହେବା ଆଶା କରାଯାଉଛି ଯାହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe