ଆଜିଠୁ ପ୍ରାକ୍ ବଜେଟ୍‌ ଆଲୋଚନା: ଆୟକର ହ୍ରାସ ପାଇଁ ପ୍ରସ୍ତାବ ଦେଲା ସିଆଇଆଇ

Advertisment
୨ଲକ୍ଷ ୬୦ହଜାର କୋଟିର ବଜେଟ୍! ଆସିବ ୯୦ହଜାର କୋଟିର ଅନ୍ତରୀଣ ବଜେଟ୍

ନୂଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷ (୨୦୨୩-୨୪) ବଜେଟ୍‌ ପ୍ରସ୍ତୁତ କରିବା ଲାଗି ଆସନ୍ତାକାଲିଠାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାକ-ବଜେଟ୍‌ ଆଲୋଚନା ଆରମ୍ଭ କରିବେ। ଭର୍ଚୁଆଲ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ। ପ୍ରଥମେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଆଲୋଚନା କରିବେ। ଏହାପରେ ଅପରାହ୍ନରେ ଭିତ୍ତିଭୂମି ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଆଉ ଏକ ଆଲୋଚନାରେ ଭାଗ ନେବେ।

ଆସନ୍ତାକାଲିର ବୈଠକ ପୂର୍ବରୁ ଶିଳ୍ପସଂଘ ସିଆଇଆଇ ପକ୍ଷରୁ ବଜେଟ୍ ଲାଗି ସରକାରଙ୍କୁ କେତେକ ପ୍ରସ୍ତାବ ଦିଆଯାଇଛି। ବ୍ୟକ୍ତିଗତ ଆୟକର ହ୍ରାସ କରିବା ଲାଗି ବ୍ୟବସ୍ଥା କରିବାକୁ ସରକାରଙ୍କୁ କୁହାଯାଇଛି। ବଜେଟ୍ ପାଇଁ ସିଆଇଆଇ ଏକାଧିକ ସୁପାରିସ କରିଛି। ଜିଏସ୍‌ଟି ନିୟମରେ ଅପରାଧ ବୋଲି ଧରାଯାଉଥିବା କିଛି ବ୍ୟବସ୍ଥାକୁ କୋହଳ କରିବା ଓ ପୁଞ୍ଜି ଲାଭ ଟିକସର ସମୀକ୍ଷା କରିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ସିଆଇଆଇର ସଭାପତି ସଞ୍ଜୀବ ବଂଶଲ କହିଛନ୍ତି। କଂପାନି ଟିକସକୁ ବର୍ତ୍ତମାନ ସ୍ତରରେ ବଜାୟ ରଖିବା, କୋର୍ଟରେ ପ୍ରମାଣ ନହେବା ପର୍ଯ୍ୟନ୍ତ ଦେୱାନି ମାମଲାରେ କାହାରିକୁ ଗିରଫ କିମ୍ବା ଅଟକ ନରଖିବା ଲାଗି ଆଇନରେ ବ୍ୟବସ୍ଥା କରିବାକୁ ସିଆଇଆଇ ସୁପାରିସ କରିଛି। ବଜେଟ୍‌ରେ ସଡ଼କ, ରେଳପଥ, ବନ୍ଦର ଏବଂ ଅକ୍ଷୟ ଶକ୍ତିର ବ୍ୟୟ ଅଟକଳ ବଢ଼ାଇବାକୁ ମଧ୍ୟ ସିଆଇଆଇ ପ୍ରସ୍ତାବ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe