ଭାରତ ନଫେରିବା ପାଇଁ ବାହାନା:ବିମାନରେ ୪୧ ଘଣ୍ଟା ବସିପାରିବିନି

Advertisment
ମେହୁଲଙ୍କ ଥାଇଲାଣ୍ଡ କମ୍ପାନି ଜବତ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ହୋଇଥିବା ୧୩ ହଜାର କୋଟି ଟଙ୍କା ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍‌ସି ଭାରତ ଆସିବାକୁ ଚାହୁନାହାନ୍ତି। ସେ କହିଛନ୍ତି ଯେ, ମୋ ଦେହ ଭଲ ରହୁନାହିଁ। ମୁଁ ବିମାନରେ ଦୀର୍ଘ ୪୧ ଘଣ୍ଟା ବସି ଭାରତ ଯାଇପାରିବି ନାହିଁ।
ଚୋକ୍‌ସିଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଭାବେ ଘୋଷଣା କରିବା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଅଦାଲତରେ ଆବେଦନ କରାଯାଇଛି। ସେହି ଆବେଦନ ଉପରେ ଶୁଣାଣି ଚାଲିଥିବା ‌ବେଳେ ଚୋକ୍‌ସିଙ୍କ ଆଇନଜୀବୀ ଏକ ୩୪ ପୃଷ୍ଠା ବିଶିଷ୍ଟ ଉତ୍ତର ରଖିଥିଲେ। ସେଥିରେ ଚୋକ୍‌ସି ନିଜ ସ୍ବାସ୍ଥ୍ୟବସ୍ଥା ବିଷୟରେ ଅଦାଲତଙ୍କୁ ଅବଗତ କରିଥିବା ‌ବେଳେ କାହିଁକି ଭାରତ ଆସିପାରିବେ ନାହିଁ ବୋଲି ମଧ୍ୟ ଜଣାଇଛନ୍ତି। ଇଡି ପକ୍ଷରୁ ‌ଯେଉଁ ଆବେଦନ କରାଯାଇଛି ତାହାକୁ ଖାରଜ କରିବା ପାଇଁ ସେ ଅଦାଲତଙ୍କୁ ଅନୁରୋଧ କରିଛନ୍ତି। ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କର ସବୁ ପ୍ରାପ୍ୟ ପଇଠ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଇଡି ଜାଣିଶୁଣି ତାହା ଅଦାଲତଙ୍କୁ ଅବଗତ କରିନାହିଁ ବୋଲି ଚୋକ୍‌ସି ଅଭିଯୋଗ କରିଛନ୍ତି। ସେ ଏହା ମଧ୍ୟ ଜଣାଇଛନ୍ତି ଯେ ତାଙ୍କର ଅନେକ ସମ୍ପତ୍ତିକୁ ଇଡି ଜବତ କରିଛି ଓ ସେଗୁଡ଼ିକର ମୂଲ୍ୟକୁ କମ୍ କରି ପ୍ରଦର୍ଶିତ କରୁଛି। ମୋର ଅଧିକରୁ ଅଧିକ ସମ୍ପତ୍ତି ଯେଭଳି ଜବତ କରାଯାଇପାରିବ ସେଥିପାଇଁ ଇଡି ଏଭଳି କାମ କରୁଥିବା ଚୋକ୍‌ସି ଅଦାଲତଙ୍କୁ କହିଛନ୍ତି। ଭାରତରୁ ଲୁଚି ପଳାଇଥିବା ଚୋକ୍‌ସି ଏବେ ଆଣ୍ଟିଗୁଆରେ ଲୁଚିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe