ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଗତକାଲି ନର୍ଥ ବ୍ଲକ ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଫିକି ଇଣ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରିଛନ୍ତି। ଏହି ସମୟରେ ଶ୍ରୀ ପଣ୍ଡା କେନ୍ଦ୍ର ମନ୍ତ୍ରୀଙ୍କୁ ଫିକି ଇଣ୍ଡିଆର ସଭାପତି ଭାବେ ତାଙ୍କର କାର୍ଯ୍ୟସୂଚୀ ବିଷୟରେ ସୂଚନା ଦେଇଥିଲେ। ଏଥିସହିତ ଡ୍ରୋନ୍, ସୀମା ସୁରକ୍ଷା ଓ ସ୍ମାର୍ଟ ପୁଲିସିଂ କ୍ଷେତ୍ରରେ ଫିକି ଦ୍ବାରା ଚଳିତବର୍ଷ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟଧାରା ସଂପର୍କରେ ବିସ୍ତୃତ ସୂଚନା କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହଙ୍କୁ ସେ ପ୍ରଦାନ କରିଥିଲେ। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଫିକିର ବରିଷ୍ଠ ଉପସଭାପତି ଅନିଶ ଶାହ, ଉପସଭାପତି ହର୍ଷବର୍ଦ୍ଧନ ଅଗ୍ରୱାଲ, ପୂର୍ବତନ ସଭାପତି ହର୍ଷପତି ସିଙ୍ଘାଣିଆ ଓ ସେକ୍ରେଟାରି ଜେନେରାଲ ଶୈଳେଶ ପାଠକ ଉପସ୍ଥିତ ଥିଲେ।
କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଫିକି ସଭାପତି
Advertisment
Follow Us