ଆୟକର ବୋଝ କମାଇବାକୁ ଚାପ

Advertisment
୨,୨୫୦ କୋଟିର ଟିକସ ଠକେଇ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଆସନ୍ତା ୨୩ ତାରିଖରେ ଆଗତ କରିବେ। ଏହି ପରିପ୍ରେକ୍ଷୀ‌ରେ ଅର୍ଥମନ୍ତ୍ରୀଙ୍କୁ ଟିକସ ପେସା ସହ ଜଡ଼ିତ ବ୍ୟକ୍ତି ଯଥା ଆଇନଜୀବୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ନେଇ ଗଠିତ ସଂଘ ଏଆଇଏଫ୍‌ଟିପି(ଅଲ୍ ଇଣ୍ଡିଆ ଫେ‌ଡେରେସନ ଅଫ୍ ଟ୍ୟାକ୍ସ ପ୍ରାକ୍ଟିସନର୍ସ) ପକ୍ଷରୁ ଲୋକଙ୍କ ଆ‌ୟକର ବୋଝ ହ୍ରାସ ପାଇଁ ଦାବି କରାଯାଇଛି। ସଂଘର ସଭାପତି ନାରାୟଣ ଜୈନ କହିଛନ୍ତି ‌ଯେ ଆୟକର ଛାଡ଼ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ଉଚିତ। ଏଥିସହିତ ଅଧିକରୁ ଅଧିକ ଲୋକ ଯେଭଳି ଟିକସ ପ୍ରଦାନ କରିପାରିବେ ସେଥିପାଇଁ ଟିକସ ଢାଞ୍ଚାକୁ ସରକାର ସରଳ କରିବା ଉଚିତ। ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ୧୦ ପ୍ରତିଶତ, ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ୨୦ ପ୍ରତିଶତ ଏବଂ ୨୦ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ଠାରୁ ୨୫ ପ୍ରତିଶତ ହାରରେ ଆୟକର ଆଦାୟ କରାଯାଉଛି ବୋଲି ‌ଶ୍ରୀ ଜୈନ ଅର୍ଥମନ୍ତ୍ରୀଙ୍କୁ ଦେଇଥିବା ତାଙ୍କ ସ୍ମାରକପତ୍ରରେ ଦର୍ଶାଇଛନ୍ତି। ଏଥିସହିତ ସର୍‌ଚାର୍ଜ ଏବଂ ସେସ୍‌ ଉଠାଇ ଦେବାପାଇଁ ମଧ୍ୟ ସେ ଦାବି କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଏହା ଆଦାୟ କରାଯିବା ଯୁକ୍ତିସଙ୍ଗତ ନୁହେଁ ବୋଲି ସେ କହିଛନ୍ତି।

ଶିକ୍ଷା ସେସ୍‌କୁ କିଭଳି ବ୍ୟବହାର କରାଯାଉଛି ତାହା ସରକାର ବିସ୍ତୃତ ଭାବେ ସୂଚନା ଦେଉନାହାନ୍ତି। ଲୋକଙ୍କୁ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସରକାରଙ୍କ ମୌଳିକ ଦାୟିତ୍ବ ବୋଲି ସେ କହିଛନ୍ତି। ଏଥିସହିତ ସେ ଏହା ମଧ୍ୟ କହିଛନ୍ତି ଯେ ବିମୁଦ୍ରୀକରଣ ସମୟରେ ଧାରା ୧୧୫ବିବିଇ ଅନୁସାରେ ଦର୍ଶାଯାଇ ନଥିବା ଅର୍ଥ ଜମା, ଋଣ, ନିବେଶ ଏବଂ ବ୍ୟୟ ଆଦିରେ ଟିକସ ହାର ୭୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଏଥିସହିତ ସେସ୍‌ ମଧ୍ୟ ଆଦାୟ କରାଯାଉଛି। ତେଣୁ ଏହି ହାରକୁ ପୂର୍ବର ୩୦ ପ୍ରତିଶତ ସ୍ତରକୁ ହ୍ରାସ କରିବା ପାଇଁ ସେ ଦାବି କରିଛନ୍ତି। ଏଥିସହିତ ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମାକୁ ବୃଦ୍ଧି କରିବା ଯୋଜନା ଅର୍ଥ ମନ୍ତ୍ରାଳୟର ରହିଥିବା କୁହାଯାଉଛି। ଏହାକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe