ଏପ୍ରିଲ୍‌ ମାସରୁ ବଢ଼ିବ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ

Advertisment
ପୁଣି କଟକରୁ ଜବତ ହେଲା ୨୦ ଲକ୍ଷ ଟଙ୍କାର ନକଲି ଔଷଧ

Representational Image

ମୁମ୍ବାଇ: ବାର୍ଷିକ ‘ହୋଲ୍‌ସେଲ୍‌ ପ୍ରାଇସ୍‌ ଇଣ୍ଡେକ୍ସ୍‍’ (ଡବ୍ଲୁପିଆଇ) ବଢ଼ାଇବା ନିମନ୍ତେ ସରକାର ଔଷଧ ନିର୍ମାତାମାନଙ୍କୁ ଅନୁମତି ଦେବାରୁ ଆସନ୍ତା ଏପ୍ରିଲ୍‌ ମାସରୁ ଯନ୍ତ୍ରଣାନିବାରକ, ବ୍ୟାକ୍ଟେରିଆନାଶକ, ହୃଦ୍‌ରୋଗ ଔଷଧ ଏବଂ ଆଣ୍ଟିବାୟୋଟିକ୍‌ର ମୂଲ୍ୟ କିଛି ମାତ୍ରାରେ ବୃଦ୍ଧି ପାଇବ।

ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ୨୦୨୦ ବର୍ଷ ନିମନ୍ତେ ‘ଡବ୍ଲୁପିଆଇ’ ୦.୫% ଥିଲା ବୋଲି ଶୁକ୍ରବାର ଦିନ ‘ନ୍ୟାସ୍‌ନାଲ୍‌ ଫାର୍ମାସ୍ୟୁଟିକାଲ୍‌ ପ୍ରାଇସିଙ୍ଗ୍‌ ଅଥରିଟି’ କହିଛନ୍ତି।

ବାର୍ଷିକ ‘ଡବ୍ଲୁପିଆଇ’ ଅନମୁସାରେ ପ୍ରତିବର୍ଷ ‘ଡ୍ରଗ୍‌ ରେଗୁଲେଟର୍‌’ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବୃଦ୍ଧି କରିବାକୁ ଅନୁମତି ଦେଇଥାଏ। କିନ୍ତୁ, ୨୦୨୦ ବର୍ଷରେ ଔଷଧ ଉତ୍ପାଦନର ମୂଲ୍ୟ ପ୍ରାୟ ୧୫%ରୁ ୨୦% ବୃଦ୍ଧି ପାଇଥିବାରୁ କମ୍ପାନିଗୁଡ଼ିକ ବିଶେଷ ପ୍ରଭାବିତ ହୋଇଛନ୍ତି। ତେଣୁ, ଏ ବର୍ଷ ଔଷଧ ଶିଳ୍ପ ୨୦% ବୃଦ୍ଧି ଚାହୁଁଛି।

publive-image Image Courtesy of The Indian Express

ଔଷଧ ଶିଳ୍ପର ଜଣେ କାର୍ଯ୍ୟନିର୍ବାହୀ କହନ୍ତି, ଶତକଡ଼ା ହାରରେ ଦେଖିବାକୁ ଗଲେ ଦର ବୃଦ୍ଧି ପାଇଁ ମିଳିଥିବା ଅନୁମତି ଅତି ନଗଣ୍ୟ। ମହାମାରୀ ସମୟରେ ଔଷଧ ପ୍ରସ୍ତୁତ ନିମନ୍ତେ ଆବଶ୍ୟକ କଞ୍ଚାମାଲ, ପଣ୍ୟବାହୀ ପୋତର ଭଡ଼ା, ପ୍ୟାକେଜିଙ୍ଗ୍‌ ସାମଗ୍ରୀ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀର ଦର ବୃଦ୍ଧି କାରଣରୁ ଔଷଧ ଶିଳ୍ପ ବିଶେଷ ପ୍ରଭାବିତ ହୋଇଛି। ତେଣୁ, ଔଷଧ ମୂଲ୍ୟ ବୃଦ୍ଧି କରିବାକୁ ଆମେ ସରକାରଙ୍କୁ ନିବେଦନ କରିଥିଲୁ।

ହୃଦ୍‌ରୋଗ, ମଧୁମେହ, ଆଣ୍ଟିବାୟୋଟିକ୍‌, ବ୍ୟାକ୍ଟେରିଆନାଶକ ଏବଂ ଭିଟାମିନ୍‌ ଭଳି ଔଷଧ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ କଞ୍ଚାମାଲ ଚୀନ୍‌ରୁ ଆମଦାନି କରାଯାଇଥାଏ। ମହାମାରୀ ଯୋଗୁଁ ୨୦୨୦ ପ୍ରାରମ୍ଭରେ କଞ୍ଚାମାଲ ଯୋଗାଣରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ବର୍ଷର ମଧ୍ୟ ଭାଗରେ ପୁଣି ଯୋଗାଣ ଆରମ୍ଭ ହେଲା ବେଳକୁ ଚୀନ୍‌ ମଧ୍ୟ କଞ୍ଚାମାଲ ଦର ୧୦% ରୁ ୨୦% ବୃଦ୍ଧି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe