Image Source: Hindustan Times
ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ ବିଭିନ୍ନ ସାମଗ୍ରୀର ଖୁଚୁରା ଦର ବଢ଼ିବା ଆଶଙ୍କା ରହିଛି। କରୋନା ମହାମାରୀ ଯୋଗୁ ଦେଶରେ ଶ୍ରମିକ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇଛି। ଫଳରେ ବିତ୍ତୀୟ ନିଅଣ୍ଟ କିମ୍ବା ଅନ୍ୟ କୌଣସି ବାହ୍ୟ କାରଣ ପାଇଁ ନୁହେଁ ବରଂ ଶ୍ରମିକ ଅଭାବ ଓ ଯୋଗାଣ ଶୃଙ୍ଖଳ ବ୍ୟାହତ ହେବା କାରଣରୁ ଦେଶରେ ଦରଦାମ ବୃଦ୍ଧି ଘଟିବ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କର ଇକୋରାପ୍ ରିପୋର୍ଟରେ ଚେତେଇ ଦିଆଯାଇଛି। କେବଳ ସେତିକି ନୁହେଁ କରୋନା ମହାମାରୀ କାରଣରୁ ଲୋକମାନେ ଏବେ ଅଧିକରୁ ଅଧିକ ସାମଗ୍ରୀ ଅନ୍ଲାଇନ୍ରେ ମଗାଉଛନ୍ତି। ତେଣୁ ଖୁଚୁରା ମୁଦ୍ରାସ୍ଫୀତି ଆକଳନ କରିବା ସମୟରେ ଅନଲାଇନ୍ ମୂଲ୍ୟକୁ ମଧ୍ୟ ବିଚାରକୁ ନେବା ପାଇଁ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଏପରିକି ସରକାରଙ୍କ ଖୁଚୁରା ମୁଦ୍ରାସ୍ପୀତି ଆକଳନ ପାଇଁ ଯେଉଁସବୁ ସାମଗ୍ରୀ ଓ ଦରର ମୂଲ୍ୟ ସଂଗ୍ରହ କରାଯାଉଛି ସେଥିରେ ତ୍ରୁଟି ରହିଛି ବୋଲି କୁହାଯାଇଛି।
Follow Us