ଅନନ୍ତଙ୍କ ‘ଶୁଭ ଆଶୀର୍ବାଦ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ

Advertisment
ଅନନ୍ତଙ୍କ ‘ଶୁଭ ଆଶୀର୍ବାଦ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଦେଶର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ସାନପୁଅ ଅନନ୍ତ ଅମ୍ବାନିଙ୍କର ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ବାହାଘର ଗତକାଲି ଅନୁଷ୍ଠିତ ହୋଇଛି। ଜିଓ ୱାର୍ଲଡ ସେଣ୍ଟରରେ ଆଜି ବିବାହ ପରଦିନ ଶୁଭ ଆଶୀର୍ବାଦ କାର୍ଯ୍ୟକ୍ରମ ହୋଇଛି। ଏଥିରେ ରାଜନୀତି, ବଲିଉଡ, କ୍ରୀଡ଼ା ସମେତ ଆଧ୍ୟାତ୍ମିକ କ୍ଷେତ୍ରର ବହୁ ଖ୍ୟାତନାମା ବ୍ୟକ୍ତିବିଶେଷ ଯୋଗଦେଇଛନ୍ତି।

ରାଜନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ରମନ୍ତ୍ରୀ ଚିରାଗ ପାସ୍ବାନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ , ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, କଂଗ୍ରେସ ନେତା ବିବେକ ତନ୍‌ଖା, କମଳ ନାଥ, ରାଜ୍ୟସଭା ସାଂସଦ କପିଲ ସିବଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ ସାମିଲ ହୋଇଛନ୍ତି। ବଲିଉଡ ଜଗତରୁ ଅମିତାଭ ବଚ୍ଚନ, ଶାହରୁଖ ଖାନ, ସଲମନ ଖାନ, ରଣବୀର କପୁର, ସଞ୍ଜୟ ଦତ୍ତ, ହ୍ରିତିକ ରୋଶନ, ଭିକି କୌଶଲ, ଆଲିୟା ଭଟ୍ଟ, ରାମ ଚରଣ ପ୍ରମୁଖ ଆଜିର ଉତ୍ସବରେ ଦେଖିବାକୁ ମିଳିଛନ୍ତି।

publive-image

ସେହିଭଳି ଧାର୍ମିକ ଜଗତରୁ ଦ୍ବାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ସଦାନନ୍ଦ ସରସ୍ବତୀ, ଜ୍ୟୋତିମଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ, ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ, ଯୋଗଗୁରୁ ବାବା ରାମଦେବ, ଶ୍ରୀନାଥଜୀ ମନ୍ଦିରର ମୁଖ୍ୟ ପୁରୋହିତ ବିଶାଳ ରାକେଶଜୀ ଗୋସ୍ବାମୀଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇଛନ୍ତି। ଏଥିସହିତ ଟେନିସ ତାରକା ସାନିଆ ମିର୍ଜାଙ୍କ ଠାରୁ ଆରମ୍ଭ କରି ବହୁ ଦେଶୀ ଓ ବିଦେଶୀ ଅତିଥି ଉତ୍ସବରେ ସାମିଲ ହୋଇଛନ୍ତି। ଅମ୍ବାନି ପରିବାର ପକ୍ଷରୁ ଭିଭିଆଇପି ଅତିଥିମାନଙ୍କୁ ସ୍ବାଗତ କରାଯାଇଛି। ଆସନ୍ତାକାଲି ମଙ୍ଗଳ ଉତ୍ସବ ବା ବିବାହ ଭୋଜି ଆୟୋଜନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe