ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପର୍ଯ୍ୟାୟକ୍ରମେ ଟଙ୍କା ଉଠାଇବା ସୁଯୋଗ ଦେବ ଷ୍ଟେଟ ବ୍ୟାଙ୍କ

Advertisment
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପର୍ଯ୍ୟାୟକ୍ରମେ ଟଙ୍କା ଉଠାଇବା ସୁଯୋଗ ଦେବ ଷ୍ଟେଟ ବ୍ୟାଙ୍କ

New Delhi: Prime Minister Narendra Modi shakes hands with Sheikh Mohammed bin Zayed Al Nahyan, Crown Prince of Abu Dhabi during a restricted meeting in New Delhi on Wednesday. PTI Photo/PIB(PTI1_25_2017_000042A)

ନୂଆଦିଲ୍ଲୀ/ଭୁବନେଶ୍ବର: କରୋନା ମହାମାରୀ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଅତୀତରେ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ ଅଧୀନରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମହିଳା ଜନଧନ ଖାତାର ହିତାଧିକାରୀମାନଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁ ସରକାର ‌ପ୍ରଦାନ କରିବେ। ୩ ମାସ ପାଇଁ ଏହି ଅର୍ଥ ପ୍ରଦାନ କରାଯିବ। ତେବେ କରୋନା ପରିପ୍ରେକ୍ଷୀରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କୁ ଟଙ୍କା ଉଠାଇବା ସୁବିଧା ପର୍ଯ୍ୟାୟକ୍ରମେ ଦେବ। ଏକ ସମୟରେ ବ୍ୟାଙ୍କ ଶାଖାରେ ଯେଭଳି ଅଧିକ ଭିଡ଼ ନହେବ ତାହାକୁ ଦୃଷ୍ଟିରେ ରଖି ଏହି ନିୟମ ପ୍ରସ୍ତୁତ କରାଯାଇଛି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଯେଉଁ ଖାତା ଧାରକଙ୍କ ଆକାଉଣ୍ଟ ନମ୍ବର ୦ ଏବଂ ୧ରେ ଶେଷ ହେଉଛି ସେମାନେ ୩ ତାରିଖରେ ଟଙ୍କା ଉଠାଇ ପାରିବେ। ଏମାନଙ୍କ ବ୍ୟତୀତ ଅନ୍ୟ କାହାରିକୁ ଏହି ଦିନ ଟଙ୍କା ଉଠାଇବାକୁ ଦିଆଯିବ ନାହିଁ। ସେହିଭଳି ୨ ଓ ୩ରେ ଶେଷ ହେଉଥିବା ଆକାଉଣ୍ଟ ନମ୍ବର ହିତାଧିକାରୀମାନେ ୪ ତାରିଖରେ ଟଙ୍କା ଉଠାଇ ପାରିବେ। ୪ ଓ ୫ରେ ଶେଷ ହେଉଥିବା ଖାତାଧାରକମାନେ ଆସନ୍ତା ୭ ତାରିଖରେ ଟଙ୍କା ଉଠାଇ ପାରିବେ। ୬ ଏବଂ ୭ରେ ହେଉଥିବା ଖାତା ଧାରକମାନେ ୮ ତାରିଖରେ ଏବଂ ୮ ଓ ୯ରେ ଶେଷ ହେଉଥିବା ଖାତାଧାରକମାନେ ୯ ତାରିଖରେ ଟଙ୍କା ଉଠାଇ ପାରିବେ। ଗ୍ରାହକମାନେ ବ୍ୟାଙ୍କ ଶାଖା ସମେତ ଏଟିଏମ୍ ଏବଂ ଗ୍ରାହକ ସେବା କେନ୍ଦ୍ରରୁ ମଧ୍ୟ ଟଙ୍କା ଉଠାଇ ପାରିବେ। କିନ୍ତୁ ଗ୍ରାହକମାନେ ପରିସ୍ପର ଠାରୁ ୩ ଫୁଟ ଦୂରତା ବଜାୟ ରଖିବା ସହିତ ବାରମ୍ବାର ହାତ ଧୋଇ ପରିଚ୍ଛନ୍ନତା ବଜାୟ ରଖିବେ। ଅତ୍ୟନ୍ତ ଜରୁରୀ ନଥିଲେ ଗ୍ରାହକମାନେ ଧାର୍ଯ୍ୟ ତାରିଖରେ ନଯାଇ ପରେ ସ୍ଥିତି ସ୍ବାଭାବିକ ହେଲେ ଟଙ୍କା ଉଠାଇ ପାରିବେ। ତେବେ ଭୁବନେଶ୍ବର, କଟକ, ଭଦ୍ରକରେ ସଟ୍‌ ଡାଉନ୍ ଘୋଷଣା କରାଯାଇଥିବାରୁ ଏସବୁ ସ୍ଥାନରେ ୪ ତାରିଖ ଓ ତା ପରେ ଟଙ୍କା ଉଠାଇବା ପାଇଁ ଧାର୍ଯ୍ୟ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe