ପ୍ରଧାନମନ୍ତ୍ରୀଙ୍କ ସ୍ବାଧୀନତା ଦିବସ ଭାଷଣ: ନୂଆ ‘ଧର୍ମନିରପେକ୍ଷ’ ନାଗରିକ ସଂହିତା ପାଇଁ ଆହ୍ୱାନ

Advertisment

ବାଂଲାଦେଶରେ ହିନ୍ଦୁ ଓ ସଂଖ୍ୟାଲଘୁ ବିରୋଧୀ ଅପରାଧକୁ ନିନ୍ଦା

ବାଂଲାଦେଶରେ ହିନ୍ଦୁ ଓ ସଂଖ୍ୟାଲଘୁ ବିରୋଧୀ ଅପରାଧକୁ ନିନ୍ଦା

ପ୍ରଧାନମନ୍ତ୍ରୀଙ୍କ ସ୍ବାଧୀନତା ଦିବସ ଭାଷଣ: ନୂଆ ‘ଧର୍ମନିରପେକ୍ଷ’ ନାଗରିକ ସଂହିତା ପାଇଁ ଆହ୍ୱାନ

ନୂଆଦିଲ୍ଲୀ: ଆଧୁନିକ ସମାଜରେ ଭେଦଭାବକୁ ପ୍ରୋତ୍ସାହନ ଦେଉଥିବା ଧର୍ମ-ଆଧାରିତ ଆଇନର କୌଣସି ସ୍ଥାନ ନ ଥିବାରୁ ଭାରତ ଏକ ଧର୍ମନିରପେକ୍ଷ ନାଗରିକ ସଂହିତା ଦାବି କରିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କହିଛନ୍ତି। ୭୮ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ମୋଦୀ ଏକକାଳୀନ ରାଜ୍ୟ ଓ ଜାତୀୟ ନିର୍ବାଚନ, ମହିଳାଙ୍କ ବିରୋଧରେ ଅପରାଧ ପାଇଁ ତ୍ୱରିତ ଦଣ୍ଡ ବ୍ୟବସ୍ଥା, ସ୍ୱାଧୀନତା ଶତବାର୍ଷିକୀ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ପାଇଁ ତାଙ୍କର ଦୃଷ୍ଟିକୋଣ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଥିଲେ। କଲ୍ୟାଣକାରୀ ଯୋଜନାଗୁଡ଼ିକର ସମ୍ପ୍ରସାରଣ, ନବସୃଜନ, ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି, ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ମଧ୍ୟବିତ୍ତଙ୍କ ଅର୍ଥନୈତିକ ଓ ଆଇନଗତ ସମସ୍ୟା ଦୂର କରିବାରେ ତାଙ୍କ ସରକାରଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ଧର୍ମ ଆଧାରରେ ଆମ ଦେଶକୁ ବିଭାଜିତ କରୁଥିବା ଏବଂ ଭେଦଭାବକୁ ପ୍ରୋତ୍ସାହନ ଦେଉଥିବା ଆଇନର ଆଧୁନିକ ସମାଜରେ କୌଣସି ସ୍ଥାନ ନାହିଁ। ତେଣୁ ଦେଶ ଏକ ଧର୍ମନିରପେକ୍ଷ ନାଗରିକ ସଂହିତା ଦାବି କରିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାମ୍ପ୍ରଦାୟିକ ଭିତ୍ତିରେ ନାଗରିକ ସଂହିତାର ୭୫ ବର୍ଷ ପରେ ଧର୍ମନିରପେକ୍ଷ ନାଗରିକ ସଂହିତା ଆଡ଼କୁ ଯିବା ନିହାତି ଜରୁରୀ। ଏହି ପରିବର୍ତନ ହେଲେ ଏହା ଧାର୍ମିକ ଭେଦଭାବ ଦୂର କରିବା ସହ ସାଧାରଣ ନାଗରିକଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବ ବୋଲି ମୋଦୀ କହିଛନ୍ତି। ପ୍ରଥମ ଥର ପାଇଁ ମୋଦୀ ଧର୍ମ-ଭିତ୍ତିକ ବ୍ୟକ୍ତିଗତ ଆଇନକୁ ସାମ୍ପ୍ରଦାୟିକ ବୋଲି କହିଛନ୍ତି। ମୋଦୀ କହିଥିଲେ ଯେ ବାରମ୍ବାର ନିର୍ବାଚନ ଦେଶର ପ୍ରଗତିରେ ବାଧକ ସାଜିଛି। ଆଜି କୌଣସି ଯୋଜନାକୁ ନିର୍ବାଚନ ସହ ଯୋଡିବା ସହଜ ହୋଇଗଲାଣି, କାରଣ ପ୍ରତି ତିନି କିମ୍ବା ଛଅ ମାସରେ ଦେଶରେ କେଉଁଠି ନା କେଉଁଠି ନିର୍ବାଚନ ହେଉଛି। ପ୍ରତ୍ୟେକ ଯୋଜନା ନିର୍ବାଚନର ରଙ୍ଗରେ ରଙ୍ଗୀନ ହୋଇଯାଉଛି। ପ୍ରଧାନମନ୍ତ୍ରୀ ବାଂଲାଦେଶ ହିଂସା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁ ଓ ସଂଖ୍ୟାଲଘୁଙ୍କ ବିରୋଧରେ ଅପରାଧକୁ ନିନ୍ଦା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe