ଟ୍ରାକରେ ଗଡ଼ିବ ଦେଶର ଦ୍ରୁତତମ ଟ୍ରେନ : ୨୯ ତାରିଖରେ ବାରଣାସୀରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ଟ୍ରାକରେ ଗଡ଼ିବ ଦେଶର ଦ୍ରୁତତମ ଟ୍ରେନ : ୨୯ ତାରିଖରେ ବାରଣାସୀରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଟ୍ରାକରେ ଦୌଡ଼ିବ ପ୍ରସ୍ତୁତ ଦେଶର ଦ୍ରୁତତମ ଟ୍ରେନ୍ ‘ଟ୍ରେନ୍ ୧୮’ । ଶତାବ୍ଦୀ ଏକ୍ସପ୍ରେସ ବଦଳରେ ବିଧିବଦ୍ଧ ଭାବେ ଏହା ଚଳାଚଳ ଆରମ୍ଭ କରିବ । ଡିସେମ୍ବର ୨୯ରେ ଟ୍ରେନ୍ ୧୮ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜଧାନୀ ଦିଲ୍ଲୀ ଓ ବାରଣାସୀ ମଧ୍ୟରେ ଚାଲିବ ଏହି ଟ୍ରେନ୍ ୧୮ । ଶହେ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟ୍ରେନକୁ ଏବେ ଦେଶର ସବୁଠୁ ଅଧିକ ବେଗରେ ଯାଉଥିବା ରେଳଗାଡ଼ି କୁହାଯାଉଛି  । ପରୀକ୍ଷଣ ସମୟରେ ଟ୍ରେନ୍ ୧୮ ଘଣ୍ଟାକୁ ୧୮୦ କିଲୋମିଟର ବେଗରେ ଗତି କରି ରେକର୍ଡ କରିଥିଲା  ।

publive-image

ଏଥି ପାଇଁ ଦେଶର ପ୍ରଥମ ମେକ୍‌ ଇନ୍‌ ଇଣ୍ଡିଆ ‘ଟ୍ରେନ୍‌ ୧୮’ ପ୍ରସ୍ତୁତ ହୋଇସାରିଛି। ୧୬ଟି ବଗି ବିଶିଷ୍ଟ ଏହି ଟ୍ରେନ୍‌ ସେଲ୍‌ଫ ପ୍ରଫେସନାଲ ସିଷ୍ଟମରେ ଚାଲିବ । ବଗି ତଳେ ଟ୍ରାକ୍ସନ ମୋଟର ଲାଗିଛି । ଟ୍ରେନ୍‌ ୧୮ରେ ୱାଇଫାଇ, ଜିପିଏସ୍‌ ପାସେଞ୍ଜର ଇନଫୋଟେନମେଣ୍ଟ ସିଷ୍ଟମ, ଅଟୋମେଟିକ ଡ଼ୋର, ଏଲଇଡ଼ି ଲାଇଟ୍‌, ଦିବ୍ୟାଙ୍କ ପାଇଁ ପ୍ଲାଟଫର୍ମ ଆଡ଼କୁ ଖୋଲୁଥିବା ରାମ୍ପ, ସିସିଟିଭି, ଯାତ୍ରୀଙ୍କ ପାଇଁ ଏମରଜେନ୍ସି ଟେକବ୍ୟାକ୍‌ ୟୁନିଟ୍‌, ୟୁରୋପିଆନ୍‌ ଷ୍ଟାଇଲର ସିଟ୍‌, ମୋଡ଼ୁଲାର ଟୟଲେଟ୍‌ ଆଦି ସୁବିଧା ଉପଲବ୍ଧ ହେବ । ମେଟ୍ରୋ ଟ୍ରେନ ବେଗର ଦୁଇଗୁଣା ଅଧିକ ବେଗରେ ଯିବା ଆସିବ କରିବ ଏହି ଟ୍ରେନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe