ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ୩୪ ପ୍ରତିଶତ ମହଙ୍ଗାଭତ୍ତା!

Advertisment
ଘରୋଇ ହସ୍ପିଟାଲରେ ଚାକିରି କରାଇଦେବ କହି ଦେଢ଼ଲକ୍ଷ ଚଳୁ

Loksatta

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଆଗାମୀ ଦିନରେ ଖୁସି ଖବର ମିଳିପାରେ। ସରକାର ସେମାନଙ୍କୁ ବର୍ଦ୍ଧିତ ହାରରେ ମହଙ୍ଗା ଭତ୍ତା ଆସନ୍ତା ହୋଲି ପୂର୍ବରୁ ପ୍ରଦାନ କରିପାରନ୍ତି। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ୩୧ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। କିନ୍ତୁ ଉପଭୋକ୍ତା ମୂଲ୍ୟସୂଚୀ ଅନୁଯାୟୀ ସେମାନେ ଆଉ ୩ ପ୍ରତିଶତ ଅଧିକ ଅର୍ଥାତ୍ ୩୪ ପ୍ରତିଶତ ମହଙ୍ଗା ଭତ୍ତା ଗତ ଜାନୁଆରି ପହିଲାରୁ ପାଇବା ପାଇଁ ଯୋଗ୍ୟ ହୋଇଥିବା ଆକଳନ କରାଯାଉଛି। ଫଳରେ ମାର୍ଚ୍ଚ ମାସରେ ସେମାନଙ୍କୁ ପିଛିଲା ଆକାରରେ ସେମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ମିଳିବା ସମ୍ଭାବନା ରହିଛି। ମହଙ୍ଗା ଭତ୍ତା ବୃଦ୍ଧି ଘଟିଲେ କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଓ ୬୧ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଗତ ଅକ୍ଟୋବରରେ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କ ମହଙ୍ଗାଭତ୍ତା ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe