କୋଲକାତା : ଦେଶରେ ବର୍ତ୍ତମାନ ସୁଦ୍ଧା ୧୨୯ଟି କୋଇଲା ଖଣି ନିଲାମ କରାଯାଇଥିବା ବେଳେ ସେଥିରୁ ୫୦ଟି ଖଣିରୁ ଉତ୍ପାଦନ ଆରମ୍ଭ ହୋଇଛି ବୋଲି କେନ୍ଦ୍ର କୋଇଲା ସଚିବ ଅମିତ ଲାଲ୍ ମିନା କହିଛନ୍ତି। ଏମ୍ଜଙ୍କସନ୍ ପକ୍ଷରୁ ଆୟୋଜିତ ୧୬ତମ ଭାରତୀୟ କୋଇଲା ବଜାର ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବାଣିଜ୍ୟିକ କୋଇଲା ଖଣି ନିଲାମ ପ୍ରତି ନିବେଶକମାନଙ୍କୁ ଆକର୍ଷିତ କରିବା ଲାଗି ନିୟମରେ ମନ୍ତ୍ରାଳୟ କେତେକ ପରିବର୍ତ୍ତନ ଆଣିବା ଉପରେ କାମ କରୁଛି। ଆସନ୍ତା ଏପ୍ରିଲ୍ରେ ହେବାକୁ ଥିବା କୋଇଲା ଖଣି ନିଲାମ ପର୍ଯ୍ୟାୟରେ ସେହି ପରିବର୍ତ୍ତିତ ନିୟମକୁ କାର୍ଯ୍ୟକାରୀ କରାଯିବ।
ଦେଶରେ ୧୫ ପ୍ରତିଶତ କୋଇଲା କ୍ୟାପ୍ଟିଭ୍ ଓ ବାଣିଜ୍ୟିକ ଖଣିରୁ ଉତ୍ପାଦନ ହେବ ବୋଲି ସେ ଆକଳନ କରିଛନ୍ତି। ଏହି ଅବସରରେ କୋଲ୍ ଇଣ୍ଡିଆର ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ୍ କହିଛନ୍ତି ଯେ ୨୦୨୩-୨୪ରେ କଂପାନି ୭୮୦ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଏମ୍ଜଙ୍କସନ୍ର ଏମ୍ଡି ବିନୟ ଶର୍ମା କହିଛନ୍ତି ଆଗାମୀ ଦିନରେ ମଧ୍ୟ କୋଇଲାର ଚାହିଦା ଜାରି ରହିବ।
Follow Us