ନିବେଶକଙ୍କୁ ୨ ଲକ୍ଷ କୋଟି ଟଙ୍କା ଲାଭ

Advertisment
ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ, ୩ ଲକ୍ଷ କୋଟି ହରାଇଲେ ନିବେଶକ

Moneycontrol

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ ବିଜୟୀ ହୋଇଥିବାରୁ ସାରା ବିଶ୍ବର ସେୟାର ବଜାରରେ ନିବେଶକମାନେ ମନଖୋଲି କାରବାର କରୁଛନ୍ତି। ଭାରତର ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ ଏଥିରୁ ବାଦ୍‌ ପଡ଼ିନାହିଁ। ଆଜି ମଧ୍ୟ ନିବେଶକମାନେ ଜୋରଦାର କାରବାର କରିବା ଯୋଗୁଁ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ୭୦୪ ପଏଣ୍ଟ୍‌ ବୃଦ୍ଧି ପାଇ ୪୨,୫୯୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏଥି ସହିତ ‌ସେନ୍‌ସେକ୍ସ ଚଳିତ ବର୍ଷ ଜାନୁଆରି ମାସ ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିଛି। କୋଭିଡ୍ ଜନିତ କ୍ଷତିକୁ ଏହା ସମ୍ପୂର୍ଣ୍ଣ ଭରଣା କରିବା ସହ ଆଗକୁ ବଢ଼ିଛି। ଆଜି ଗୋଟିଏ ଦିନରେ ନିବେଶକମାନେ ୨ ଲକ୍ଷ କୋଟି ଟଙ୍କାର ଲାଭ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe