ଶୀତଳ ଭଣ୍ଡାରକୁ ଗଲାଣି ପ୍ରସ୍ତାବ

Advertisment
କରୋନା ଭୂତାଣୁ ପ୍ରଭାବ: ଇଏମ୍ଆ‌ଇ, ସୁଧ ରିହାତି ଦାବି ତେଜିଲା

pinterest.com

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ବର୍ଷ ଚକ୍ର ପରିବର୍ତନ ନେଇ ଯେଉଁ ଯୋଜନା କେନ୍ଦ୍ର ସରକାର ଚଳାଇଥିଲେ ତାହାକୁ ଭୁଲିଗଲେଣି। ଏ ପ୍ରସଙ୍ଗରେ କେନ୍ଦ୍ରର ସ୍ପଷ୍ଟ ସଙ୍କେତକୁ ଦୀର୍ଘଦିନ ହେଲା ଅପେକ୍ଷା କରି ରହିଥିବା ରାଜ୍ୟଗୁଡ଼ିକ ମଧ୍ୟ ପୁରୁଣା ଆର୍ଥିକବର୍ଷ ଚକ୍ରକୁ ଆଉ ନବଦାଇବାକୁ ମନ ବଳାଇ ସାରିଲେଣି। ଫଳରେ ଏହି ଯୋଜନା ଏବେ ଶୀତଳ ଭଣ୍ଡାରକୁ ଚାଲିଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ଥିକ ବର୍ଷ ଚକ୍ର ପରିବର୍ତନ ନେଇ କହିବା ପରେ ଦେଶରେ ପ୍ରଥମ ରାଜ୍ୟଭାବେ ମଧ୍ୟପ୍ରଦେଶ ଚଳିତବର୍ଷ ମେ ମାସରେ ଆସନ୍ତା ବର୍ଷରୁ ଜାନୁଆରୀରୁ ଆର୍ଥିକବର୍ଷ ଆରମ୍ଭ କରିବା ଲାଗି ଘୋଷଣା କରିଥିଲା। କିନ୍ତୁ ବର୍ତମାନ ପାଇଁ ମଧ୍ୟପ୍ରଦେଶ ଏହି ଯୋଜନାକୁ ସ୍ଥଗିତ ରଖିଛି। ଆମର ଆର୍ଥିକ ବର୍ଷ ଏପ୍ରିଲରୁ ଆରମ୍ଭ ହୋଇ ମାର୍ଚରେ ଶେଷ ହେବ ବୋଲି ମଧ୍ୟପ୍ରଦେଶର ଅର୍ଥମନ୍ତ୍ରୀ ଜୟନ୍ତ ମାଲେୟା ନିକଟରେ ଭୋପାଳଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି।

ମଧ୍ୟପ୍ରଦେଶ ପରେ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ମଧ୍ୟ ମୋଦିଙ୍କ ଆର୍ଥିକ ବର୍ଷ ଚକ୍ର ପରିବର୍ତନକୁ ସ୍ୱାଗତ କରିଥିଲେ। ଜୁନ୍‌ ମାସରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡ଼ୁ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ଏଦିଗରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ। କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେବେ ରାଜ୍ୟ ସରକାର ସେହି ପ୍ରକାର ନିଷ୍ପତ୍ତି ନେବାକଥା। ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାର ବରିଷ୍ଠ ଅଧିକାରୀମାନେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ସହିତ ନିୟମିତ ଯୋଗାଯୋଗରେ ରହିଥିଲେ। କେନ୍ଦ୍ର ସବୁଜ ସଙ୍କେତ ଦେଇଥିଲେ ସେମାନେ ସେମାନଙ୍କ ରାଜ୍ୟର ବଜେଟ ପ୍ରସ୍ତୁତି ସେହି ଅନୁସାରେ କରିଥାନ୍ତେ। ନୂଆ ଆର୍ଥିକ ବର୍ଷ ଆସନ୍ତା ଜାନୁଆରିରୁ ଆରମ୍ଭ କରିବାକୁ ହେଲେ ଚଳିତ ଆର୍ଥିକବର୍ଷକୁ ସରକାରଙ୍କୁ ଆସନ୍ତା ଡିସେମ୍ବରରେ ଶେଷ କରିବାକୁ ପଡ଼ିଥାନ୍ତା। ଦିଲ୍ଲୀ କି ପ୍ରକାର ନିଷ୍ପତ୍ତି ନେଉଛି ସେ ସମ୍ପର୍କରେ ତେଲେଙ୍ଗାନାର ସରକାରୀ ଅଧିକାରୀମାନେ ଗତ ଅଗଷ୍ଟ ସୁଦ୍ଧା ପାଇଯିବେ ବୋଲି ଆଶା ରଖିଥିଲେ। ଅଗଷ୍ଟ ବିତିଯାଇଥିଲେ ମଧ୍ୟ ତେଲେଙ୍ଗାନାର ଅଧିକାରୀମାନେ ପରିବର୍ତନ ସମ୍ପର୍କରେ କୌଣସି ସଙ୍କେତ ବା ସୂଚନା ପାଇପାରିନାହାନ୍ତି। କେନ୍ଦ୍ର ଅର୍ଥମନ୍ତ୍ରାଳୟଠାରୁ ସରକାରୀ ଭାବେ କିଛି ଯୋଗାଯୋଗ କରାଯାଇ ନଥିବାରୁ ବର୍ତମାନର ବ୍ୟବସ୍ଥା ବଳବତ୍ତର ରହିବ ବୋଲି ଆମେ ଧରିନେଇଛୁ ବୋଲି ଆନ୍ଧ୍ର ପ୍ରଦେଶର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe