ବ୍ରିଟେନ୍ ସହ ବାଣିଜ୍ୟ ଚୁକ୍ତି ଆଶା ଉଜ୍ଜ୍ବଳ

Advertisment
ବ୍ରିଟେନ୍ ସହ ବାଣିଜ୍ୟ ଚୁକ୍ତି ଆଶା ଉଜ୍ଜ୍ବଳ

Business Standard

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ହୋଇଥିବାରୁ ଅଧା ବାଟରେ ଅଟକି ରହିଥିବା ଭାରତ-ବ୍ରିଟେନ୍ ବାଣିଜ୍ୟ ଚୁକ୍ତି ଆଶା ଉଜ୍ଜ୍ବଳ ହୋଇଛି। ବ୍ରିଟେନ୍‌ରେ ରାଜନୈତିକ ସ୍ଥିରତା ଫେରିଥିବାରୁ ଏ ସମ୍ପର୍କିତ ଆଲୋଚନା ସକାରାତ୍ମକ ଦିଗରେ ଆଗକୁ ବଢ଼ିବ। ଚଳିତ ବର୍ଷ ଦୀପାବଳି ସୁଦ୍ଧା ଚୁକ୍ତି ସ୍ବାକ୍ଷର କରିବାକୁ ଉଭୟ ପକ୍ଷ ଲକ୍ଷ୍ୟ ରଖିଥିଲେ। ମାତ୍ର ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କ ସରକାରରେ ଅସ୍ଥିରତା ଯୋଗୁଁ ତାହା ସମ୍ଭବ ହୋଇପାରିନଥିଲା। ସେ ନିଜେ ଇସ୍ତଫା ଦେବା ପରେ ଋଷିଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିବାରୁ ବାଣିଜ୍ୟ ଆଲୋଚନା ଆଗକୁ ବଢ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ୨୦୨୧-୨୨‌ରେ ଭାରତ ଓ ବ୍ରିଟେନ୍‌ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୧୭୫୦ କୋଟି ଡଲାରକୁ ବୃଦ୍ଧି ପାଇଛି ଯାହା ୨୦୨୦-୨୧ରେ ୧୩୨୦ କୋଟି ଟଙ୍କା ଥିଲା।

ବ୍ରିଟେନ୍‌କୁ ଭାରତ ୧୦୫୦ କୋଟି ଡଲାର ରପ୍ତାନି ଓ ୭୦୦ କୋଟି ଡଲାରର ସାମଗ୍ରୀ ଆମଦାନି କରୁଛି। ଦ୍ବିପାକ୍ଷିକ କାରବାରରେ ଭାରତ ଭଲ ସ୍ଥିତିରେ ରହିଛି। ବ୍ରିଟେନ୍‌କୁ ଭାରତ ମୁଖ୍ୟତଃ ରେଡିମେଡ୍ ପୋଷାକ, ବୟନ ସାମଗ୍ରୀ, ଗହଣା, ଇ‌ଞ୍ଜିନିୟରିଂ ଗୁଡ୍‌ସ, ପେଟ୍ରୋଲିୟମ ଓ ପେଟ୍ରୋଲିକେମିକାଲ୍‌ ଉତ୍ପାଦ, ପରିବହନ ଉପକରଣ ଓ ପାର୍ଟସ୍‌, ମସଲା, ଧାତବ ଉତ୍ପାଦ, ମେସିନ୍ ଓ ଉପକରଣ, ଔଷଧ ଓ ସାମୁଦ୍ରିକ ଜୀବ ଆଦି ରପ୍ତାନି କରୁଛି। ସେହି ସମୟରେ ବ୍ରିଟେନ୍‌ରୁ ବିଭିନ୍ନ ମୂଲ୍ୟବାନ ପଥର, ଖଣିଜ, ଧାତବ ସ୍କ୍ରାପ୍, ଇଞ୍ଜିନିୟରିଂ ଗୁଡ୍‌ସ, ପ୍ରଫେସନାଲମାନେ ବ୍ୟବହାର କରୁଥିବା ସ୍ବତନ୍ତ୍ର ଉପକରଣ, ନନ୍-ଫେରସ ଧାତବ, ରାସାୟନିକ ପଦାର୍ଥ ଏବଂ ମେସିନ ଆଦି ଆମଦାନି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe