ଟି-ସାର୍ଟରେ ଅବସାଦ ଶବ୍ଦ ସହ ସୁଶାନ୍ତଙ୍କ ଫଟୋକୁ ବିରୋଧ

Advertisment

ସାମାଜିକ ଗଣମାଧ୍ୟମରେ ବୟକଟ୍‌ ଫ୍ଲିପକାର୍ଟ, ଆମାଜନ୍‌ ଟ୍ରେଣ୍ଡ୍‌

ସାମାଜିକ ଗଣମାଧ୍ୟମରେ ବୟକଟ୍‌ ଫ୍ଲିପକାର୍ଟ, ଆମାଜନ୍‌ ଟ୍ରେଣ୍ଡ୍‌

ଟି-ସାର୍ଟରେ ଅବସାଦ ଶବ୍ଦ ସହ ସୁଶାନ୍ତଙ୍କ ଫଟୋକୁ ବିରୋଧ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ଆଜି ବୟକଟ୍‌ ଫ୍ଲିପକାର୍ଟ ଓ ବୟକଟ ଆମାଜନ ପ୍ରମୁଖ ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। ମୃତ ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫଟୋ ଥିବା ଟି-ସାର୍ଟ ଇ-କମର୍ସ କମ୍ପାନି ଫ୍ଲିପକାର୍ଟ ଓ ଆମାଜନ ବିକ୍ରି କରୁଛନ୍ତି। ବିକ୍ରି ପାଇଁ ରଖାଯାଇଥିବା ଟି-ସାର୍ଟରେ ସୁଶାନ୍ତ ସିଂହ ରାଜପୁତଙ୍କ ମୁହଁ ସହିତ ଏକ ‌ଇଂରାଜୀ ବାର୍ତ୍ତା ‌‘ଡିପ୍ରେସନ ଇଜ୍ ଲାଇକ୍‌ ଡ୍ରାଉନିଂ’ ଲେଖାଯାଇଛି। ଏହି ଲେଖାରେ ସୁଶାନ୍ତଙ୍କ ପ୍ରଶଂସକମାନେ ପ୍ରବଳ କ୍ଷୁବ୍ଧ ହୋଇଛନ୍ତି। ପ୍ରଶଂସକମାନେ ଏଭଳି ଟି-ସାର୍ଟକୁ ସମାଲୋଚନା କରିବା ସହିତ ବୟକଟ୍ ଫ୍ଲିପକାର୍ଟ, ବୟକଟ ଆମାଜନ ଲେଖିଛନ୍ତି। ସାମାଜିକ ଗଣମାଧ୍ୟମରେ ଏହା ହିଁ ଆଜି ଟ୍ରେଣ୍ଡ୍ ହୋଇଛି। ପ୍ରଶଂସକମାନେ ସୁଶାନ୍ତଙ୍କ ଫଟୋରେ ଲେଖାଯାଇଥିବା ଏଭଳି ବାର୍ତ୍ତାକୁ ସମାଲୋଚନା କରିଛନ୍ତି। ଜଣେ ପ୍ରଂଶସକ ଲେଖିଛନ୍ତି, ମୃତ ବ୍ୟକ୍ତିଙ୍କୁ ନେଇ ତୁମେ ତୁମ ଉତ୍ପାଦର ମାର୍କେଟିଂ କରିପାରିବ ନାହିଁ। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି ଫ୍ଲିପକାର୍ଟ ଏଥିପାଇଁ କ୍ଷମା ମାଗିବା ଆବଶ୍ୟକ। ଏହି ମାମଲାର ବିଚାର ବର୍ତ୍ତମାନ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe