‘ସେବି’ ବି‌ରୋଧରେ ସାହାରା କର୍ମଚାରୀ, ନିବେଶକଙ୍କ ବିକ୍ଷୋଭ

Advertisment
‘ସେବି’ ବି‌ରୋଧରେ ସାହାରା କର୍ମଚାରୀ, ନିବେଶକଙ୍କ ବିକ୍ଷୋଭ

ଭୁବନେଶ୍ବର: ଆଜି ଲୋୟର ପିଏମ୍‌ଜି ଧାରଣା ସ୍ଥଳରେ ସାହାରାର ବହୁ ସଂଖ୍ୟକ କର୍ମଚାରୀ ଓ ନିବେଶକ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ବିରୋଧରେ ଆ‌ନ୍ଦୋଳନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ କହିଛନ୍ତି ଯେ ସାହାରା-ସେବି ବିବାଦ ପାଇଁ ଗତ ଆଠ ବର୍ଷ ଧରି ସାହାରା ଗ୍ରୁପ୍ ଉପରେ ସୁପ୍ରିମ୍‌କୋର୍ଟ କଟକଣା ଲଗାଇଥିବାରୁ ଦେୟରେ ବିଳମ୍ବ ଭଳି ପରିସ୍ଥିତି ସୃଷ୍ଟି ‌େହାଇଛି। ଆମେ କର୍ମଚାରୀ ଓ ନିବେଶକମାନେ ବିଭିନ୍ନ ଯୋଜନା ମାଧ୍ୟମରେ ସାହାରା ସହ ଜଡ଼ିତ ରହି ଗତ ୨୫ରୁ ୩୦ ବର୍ଷ ହେଲାଣି ରୋଜଗାର ହାସଲ କରୁଛୁ। କିନ୍ତୁ ସୁପ୍ରିମକୋର୍ଟ ଲଗାଇଥିବା କଟକଣା ଆମ ରୋଜଗାରକୁ ଗୁରୁତର ଭାବେ ପ୍ରଭାବିତ କରଛି। ନିବେଶକମାନେ ଆମକୁ ନୂଆ ବ୍ୟବସାୟ ଦେଉନାହାନ୍ତି କାରଣ‌ ସେମାନଙ୍କ ପୁରୁଣା ପରିଶୋଧ ବିଳମ୍ବ ହେଉଛି। ଆମର ବ୍ୟବସାୟ ଶୂନ ହେବାକୁ ବସିଛି।

ଫଳରେ ଆମର ଲକ୍ଷାଧିକ କାର୍ଯ୍ୟକର୍ତା ଏବେ ଅନାହାର ଓ ବେକାରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ବୋଲି ସେମାନେ କହିଛନ୍ତି। ସାହାରା-ସେବି ଖାତାରେ ୨୪ ହଜାର କୋଟି ଟଙ୍କା ରହିଛି। ବିଗତ ୮ ବର୍ଷରେ ପ୍ରାୟ ୧୫୦ଟି ଖବରକାଗଜରେ ୪ ଥର ବିଜ୍ଞାପନ ଦେବା ସତ୍ତ୍ବେ ସେଥିରୁ ମାତ୍ର ୧୨୫ କୋଟି ଟଙ୍କା ନିବେଶକମାନଙ୍କୁ ଫେରସ୍ତ କରାଯାଇଛି। ସୁପ୍ରିମ୍‌କୋର୍ଟରେ ସେବି ଦାଖଲ କରିଥିବା ଷ୍ଟାଟସ୍‌ ରିପୋର୍ଟରେ ଏହି ତଥ୍ୟ ରହିଛି। ୨୦୧୮ ମାର୍ଚ୍ଚ ପରଠାରୁ କଂପାନିର କୌଣସି ଜମାକର୍ତ୍ତା ନିଜ ପ୍ରାପ୍ୟ ଫେରିପାଇବାକୁ ସେବି ନିକଟରେ ଆବେଦନ କରିନାହାନ୍ତି। ଆଉ କୌଣସି ନିବେଶକ ଟଙ୍କା ଫେରିପାଇବାର ନାହିଁ ବୋଲି ସେବି ଯଦି ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରିବ ତେବେ କଂପାନି ଉପରେ ଲାଗିଥିବା କଟକଣା ହଟିବ। ଫଳରେ ସାହାରା-ସେବି ଖାତାରେ ଥିବା ୨୪ ହଜାର କୋଟି ଟଙ୍କା ସାହାର ଖାତାକୁ ଆସିପାରିବ। ଏହି ଟଙ୍କା ଆସିଲେ କଂପାନି ଏହାର ନିବେଶକ ଓ ଜମାକାରୀଙ୍କୁ ନିୟମିତ ଭାବେ ପେମେଣ୍ଟ୍‌ ଦେଇପାରିବ। ଏ ବିଷୟରେ ସେବି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ସାରା ଦେଶରେ ସେବି କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବା ଲାଗି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe