ଟ୍ରେନ୍‌ ଦୁର୍ଘଟଣା ପୀଡ଼ିତଙ୍କୁ ମାଗଣାରେ କ୍ୟାରେଜ୍‌ ସେବା ଦିଅ: ମନ୍ତ୍ରୀ

Advertisment

ବୀମା ଦାବି ଶୀଘ୍ର ଫଇସଲା କର: ଆଇଆର୍‌ଡିଏଆଇ

ବୀମା ଦାବି ଶୀଘ୍ର ଫଇସଲା କର: ଆଇଆର୍‌ଡିଏଆଇ

ଟ୍ରେନ୍‌ ଦୁର୍ଘଟଣା ପୀଡ଼ିତଙ୍କୁ ମାଗଣାରେ କ୍ୟାରେଜ୍‌ ସେବା ଦିଅ: ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର କେତେକ ରୁଟ୍‌‌ରେ ବିମାନ ଟିକଟ ମୂଲ୍ୟରେ ହୋଇଥିବା ଆହେତୁକ ବୃଦ୍ଧିକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଚିନ୍ତା ପ୍ରକଟ କରିଛନ୍ତି। ଏ ସଂକ୍ରାନ୍ତରେ ସେ ଏୟାରଲାଇନ୍ସ ଉପଦେଷ୍ଟା ଦଳ ସହ ଦୀର୍ଘ ସମୟ ଆଲୋଚନା କରିଛନ୍ତି। ଟିକଟ ମୂଲ୍ୟ ଯେଭଳି ସୁଲଭ ରହିବ ସେଥିପାଇଁ ଏକ ବ୍ୟବସ୍ଥା ବିକାଶ କରିବାକୁ ସେ ଏୟାରଲାଇନ୍ସଗୁଡ଼ିକୁ କହିଛନ୍ତି। ଏଥି ସହିତ ଓଡ଼ିଶାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାର ମୃତକଙ୍କ ପରିବାର ‌ସଦସ୍ୟଙ୍କୁ ମାଗଣାରେ କ୍ୟାରେଜ୍ (କାର୍ଗୋ) ସେବା ପ୍ରଦାନ କରିବାକୁ ସେ ଏୟାରଲାଇନ୍ସଗୁଡ଼ିକୁ କହିଛନ୍ତି। ବିପର୍ଯ୍ୟୟ ଭଳି ସମୟରେ ମାନବିକତା ଦୃଷ୍ଟିରୁ ଟିକଟ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଲାଗି ଏୟାରଲାଇନ୍ସଗୁଡ଼ିକ ଉଦ୍ୟମ କରିବା ଉଚିତ ବୋଲି ସେ କହିଛନ୍ତି। ଫାଷ୍ଟ୍‌ ବିମାନ ଚଳାଚଳ କରୁଥିବା ରୁଟ୍‌ରେ ଅଧିକ ବିମାନ ଯୋଡ଼ିବାକୁ ମନ୍ତ୍ରୀ ଶ୍ରୀ ସିନ୍ଧିଆ ଅନ୍ୟ ଏୟାରଲାଇନ୍ସଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ସେହିପରି, ଟ୍ରେନ୍ ଦୁର୍ଘଟଣାରେ ପ୍ରଭାବିତ ଲୋକମାନଙ୍କ ବୀମା ଦାବିକୁ ଶୀଘ୍ର ଫଇସଲା କରିବାକୁ ଉଭୟ ଜୀବନ ବୀମା ଓ ସାଧାରଣ ବୀମା କଂପାନିଗୁଡ଼ିକୁ ନିୟାମକ ସଂସ୍ଥା ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆର୍‌ଡିଏଆଇ) ନିର୍ଦ୍ଦେଶ ଦେଇଛନ୍ତି।

ରିଲାଏନ୍ସ ଫାଉଣ୍ଡେସନର ୧୦ ସହାୟତା
ଭୁବନେଶ୍ବର: ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପ୍ରତି ଗଭୀର ସମଦେବନା ପ୍ରକାଶ କରି ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ୧୦-ସୂତ୍ରୀ ସହାୟତା ଘୋଷଣା କରିଛନ୍ତି। ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ଛଅ ମାସ ପର୍ଯ୍ୟନ୍ତ ମାଗଣା ରାସନ, ଆହତଙ୍କୁ ମାଗଣାରେ ଔଷଧ, ଆବଶ୍ୟକ ସ୍ଥଳେ ଡାକ୍ତରଖାନାରେ ଚିକିତ୍ସା, ଆମ୍ବୁଲାନ୍ସକୁ ମାଗଣା ଇନ୍ଧନ, ପ୍ରିୟଜନ ହରାଇଥିବା ପରିବାରର ଜଣେ ସଦସ୍ୟଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ମାଗଣା ମୋବାଇଲ୍‌ ସଂଯୋଗ, ମାନସିକ ଓ ଆବେଗିକ ସ୍ବାସ୍ଥ୍ୟ ପାଇଁ ପରାମର୍ଶ, ଦକ୍ଷତା ତାଲିମ, ଜୀବନଜୀବିକା ସହାୟତା ଏବଂ ଜିଓ ଓ ରିଲାଏନ୍ସ ରିଟେଲ୍‌ରେ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଭଳି ସହାୟତା ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe