ପିଏସ୍‌ୟୁକୁ ମାଗିବେ ଅଧିକ ଲାଭାଂଶ

କେନ୍ଦ୍ରର ରାଜସ୍ବ ଚିନ୍ତା

ପିଏସ୍‌ୟୁକୁ ମାଗିବେ ଅଧିକ ଲାଭାଂଶ

The Financial Express

ନୂଆଦିଲ୍ଲୀ : ସରକାର ନିଜର ନିଅଣ୍ଟ ଭରଣା ପାଇଁ ଚଳିତବର୍ଷ ରାଷ୍ଟ୍ରାୟତ୍ତ କମ୍ପାନି ଗୁଡ଼ିକ ଉପରେ ନଜର ପକାଇଛନ୍ତି। ଯେଉଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସେମାନଙ୍କ ପୁଞ୍ଜି ବ୍ୟୟ ଯୋଜନାକୁ କାର୍ଯ୍ୟକାରୀ କରିବାରେ ପଛରେ ପଡ଼ିବେ ସେମାନଙ୍କ ଠାରୁ ସରକାର ଅଧିକ ଲାଭାଂଶ ଦେବା ପାଇଁ କହିବେ। କମ୍ପାନି ଗୁଡ଼ିକର ସେୟାର ମୂଲ୍ୟ ଏବେ ଅଧିକ ରହିଛି। ଯେଉଁମାନଙ୍କ ନିକଟରେ ଅଧିକ ନଗଦ ଅର୍ଥ ରହିଛି ସେମାନଙ୍କୁ ଅଧିକ ଲାଭାଂଶ ଦେବା ପାଇଁ କୁହାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। କମ୍ପାନି ଗୁଡ଼ିକ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ଲାଭ ଆସନ୍ତା ଜାନୁଆରି ଶେଷ କିମ୍ବା ଫେବ୍ରୁଆରି ଆରମ୍ଭ ‌ବେଳକୁ ଘୋଷଣା କରିବେ। ଏହି ଫଳାଫଳ ଘୋଷଣା ପରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ବିଶେଷକରି ତୈଳ କମ୍ପାନି ଗୁଡ଼ିକ ଉପରେ ଅଧିକ ନଜର ରହିଛି।

ନିକଟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସବୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗୁଡ଼ିକୁ ସେମାନଙ୍କ ନିବେଶ ବଢ଼ାଇବା ପାଇଁ କୁହାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସେମାନଙ୍କ ପୁଞ୍ଜି ବ୍ୟୟର ୭୫ ପ୍ରତିଶତ ଡିସେମ୍ବର ସୁଦ୍ଧା ଏବଂ ମାର୍ଚ୍ଚ ସୁଦ୍ଧା ୧୦୦ ପ୍ରତିଶତ ନିବେଶ ଶେଷ କରିବାକୁ କୁହାଯାଇଥିଲା। ଅଣ ଆର୍ଥିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୬୫,୭୪୭ କୋଟି ଟଙ୍କାର ଲାଭାଂଶ ସଂଗ୍ରହ ପାଇଁ ବଜେଟରେ ଆକଳନ କରାଯାଇଥିଲା। ତେଣୁ ଏହାଠାରୁ ଯାହା ଅଧିକ ଆଦାୟ ହେବ ତାହା ସରକାରଙ୍କ ଅଣ ଟିକସ ରାଜସ୍ବକୁ ବଢ଼ାଇବାରେ ସହାୟକ ହେବ। ବିତ୍ତୀୟ ନିଅଣ୍ଟକୁ ଭରଣା କରିବାରେ ମଧ୍ୟ ଏହା କିଛିଟା ସମର୍ଥ ହେବ। ପୁଞ୍ଜି ପ୍ରତ୍ୟାହାର ବିଭାଗର ନିୟମ ଅନୁଯାୟୀ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସେମାନଙ୍କ ଟିକସ ପରବର୍ତ୍ତୀ ଲାଭର ୩୦ ପ୍ରତିଶତ କିମ୍ବା ନିଟ୍ ସମ୍ପତ୍ତିର ୫ ପ୍ରତିଶତ (ଯେଉଁଟି ଅଧିକ) ବାର୍ଷିକ ଲାଭାଂଶ ବାବଦରେ ସରକାରଙ୍କୁ ପ୍ରଦାନ କରିବା ବ୍ୟବସ୍ଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe