Image Courtesy of Zee News
ନୂଆଦିଲ୍ଲୀ: ନିଷିଦ୍ଧ ହୋଇଥିବା ମୋବାଇଲ୍ ଗେମ୍ ପବ୍ଜି ପୁଣି ଥରେ ଭାରତକୁ ଫେରିବ। ଏଥର ନୂଆ ନାମରେ ଏହା ଆସିବ। ଚୀନ୍ କଂପାନି ସହିତ ସମ୍ପର୍କ ଥିବା କାରଣରୁ ଗତବର୍ଷ ଏହାକୁ ସରକାର ନିଷିଦ୍ଧ କରିିଥିଲେ। କିନ୍ତୁ ପବ୍ଜିର ପ୍ରକୃତ ମାଲିକ ହେଉଛି ଦକ୍ଷିଣ କୋରିଆର ଏକ ସଂସ୍ଥା 'କ୍ରାଫ୍ଟନ୍'। ତାହା ଚୀନ୍ର ବଡ଼ ପ୍ରଯୁକ୍ତି କଂପାନି ଟେନ୍ସେଣ୍ଟ୍ ସହଯୋଗିତାରେ ଭାରତ ଆସିଥିଲା। ଭାରତରେ ପବ୍ଜିକୁ ନିଷିଦ୍ଧ କରାଯିବା ପରେ ଦକ୍ଷିଣ କୋରିଆର କଂପାନି ଅଲଗା ବାଟ ବାହାର କରିବା ପାଇଁ ଲାଗି ପଡ଼ିଥିଲା।
ମିଳିଥିବା ସୂଚନା ଅନୁସାରେ 'ବ୍ୟାଟେଲ୍ଗ୍ରାଉଣ୍ଡସ୍ ମୋବାଇଲ୍ ଇଣ୍ଡିଆ' ନାମରେ ପବ୍ଜି ଭାରତ ଫେରିବ। ଏହି ଗେମ୍ କେବେ ଭାରତ ଆସିବ ତାହାର ତାରିଖ ଘୋଷଣା ହୋଇନାହିଁ। କିନ୍ତୁ କଂପାନି ପକ୍ଷରୁ ଆଜି ନୂଆ ଲୋଗୋ ଉନ୍ମୋଚନ କରାଯାଇଛି। ନିଷିଦ୍ଧ ହେବା ପୂର୍ବରୁ ପବ୍ଜି ପାଇଁ ଭାରତ ସବୁଠୁ ବଡ଼ ବଜାର ଥିଲା। ତେଣୁ ଏହି ବଜାରକୁ ହରାଇବାକୁ କ୍ରାଫ୍ଟନ୍ ଚାହୁନାହିଁ। ଭାରତରେ ଏକ ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ସ୍ଥାପନ କରିବା ସହ ବ୍ୟବସାୟର ପୁନରୁଦ୍ଧାର କରିବା ଲାଗି ୪୦୦ ନିୟୁତ ଡଲାର ନିବେଶ କରିବାର ଯୋଜନା ପ୍ରସ୍ତୁତ ହୋଇଛି। ଭାରତରେ ପବ୍ଜିକୁ ୧୭୫ ନିୟୁତ ଥର ଡାଉନ୍ଲୋଡ୍ କରାଯାଇଥିଲା।
Follow Us