ଗାଡ଼ି ବୀମା ନବୀକରଣ ପାଇଁ ପିୟୁସି ସାର୍ଟିଫିକେଟ୍‌ ବାଧ୍ୟତାମୂଳକ

Advertisment
ଗାଡ଼ି ବୀମା ନବୀକରଣ ପାଇଁ ପିୟୁସି ସାର୍ଟିଫିକେଟ୍‌ ବାଧ୍ୟତାମୂଳକ

Times of India

ନୂଆଦିଲ୍ଲୀ : ଗାଡ଼ି ବୀମା ନବୀକରଣ ବେଳେ ପଲ୍ୟୁସନ ଅଣ୍ଡର୍‌ କଣ୍ଟ୍ରୋଲ (ପିୟୁସି) ସାର୍ଟିଫିକେଟ୍‌ ନିହାତି ଜରୁରୀ। ଏନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ବୀମା କଂପାନିଗୁଡ଼ିକୁ ନିୟାମକ ସଂସ୍ଥା ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) କହିଛନ୍ତି। ବିଶେଷ କରି ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳ ପାଇଁ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବୀମା କଂପାନିଗୁଡ଼ିକୁ କୁହାଯାଇଛି। ଗତକାଲି ଆଇଆରଡିଏଆଇ ପକ୍ଷରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଥିଲା।

ଭାରତ ସରକାର ବନାମ ଏମ୍‌ସି ମେହତା ମାମଲାରେ ୨୦୧୮ ଜୁଲାଇରେ ରାୟ ଶୁଣାଇ କେବଳ ବୈଧ ପିୟୁସି ସାର୍ଟିଫିକେଟ୍‌ ଥିବା ଗାଡ଼ିଗୁଡ଼ିକର ବୀମା ନବୀକରଣ କରିବା ଲାଗି ବୀମା କଂପାନିଗୁଡ଼ିକୁ ସୁପ୍ରିମକୋର୍ଟ କହିଥିଲେ। ପିୟୁସି ସାର୍ଟିଫିକେଟ୍‌ ହେଉଛି ଏକ ପ୍ରକାର ମାନକ ଯାହା ଏହା ନିଶ୍ଚିତ କରିଥାଏ ଯେ ଗାଡ଼ିରୁ ନିର୍ଗମନ ହେଉଥିବା ଅଙ୍ଗାରକାମ୍ଳ ଗ୍ୟାସ୍‌ ପ୍ରଦୂଷଣକୁ ନେଇ ନିର୍ଧାରଣ କରାଯାଇଥିବା ସୀମା ଭିତରେ ରହିଛି। ବିଭିନ୍ନ ପ୍ରକାର ଗାଡ଼ି ଲାଗି ପ୍ରଦୂଷଣର ଭିନ୍ନ ଭିନ୍ନ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି। ସମ୍ପୂର୍ଣ୍ଣ ନୂଆ ଗାଡ଼ିକୁ ପ୍ରଥମ ବର୍ଷ ପାଇଁ ପିୟୁସି ସାର୍ଟିଫିକେଟ୍‌ ଦରକାର ପଡ଼େ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe