ପୂଜାରେ ୨.୧୯ ଲକ୍ଷ କୋଟି ବ୍ୟୟ ବୃଦ୍ଧି ଆଶା

ଜିଏସ୍‌ଟି ପରିଷଦ ବିଭିନ୍ନ ସାମଗ୍ରୀ ଉପରୁ ଟିକସ କମ୍ କରିବା ପରେ ଆଗକୁ ଅନେକ ଜିନିଷ ଶସ୍ତା ହେବାକୁ ଯାଉଛି। ଆସନ୍ତା ପୂଜାରେ ସେହି ଜିନିଷଗୁଡ଼ିକ ବ୍ୟାପକ ଭାବେ ବିକ୍ରି ହେବ। କେବଳ ସହରାଞ୍ଚଳରେ ଲୋକମାନେ ୨.୧୯ ଲକ୍ଷ କୋଟି ଟଙ୍କା ବ୍ୟୟ କରିବେ ବୋଲି ଆଶା କରାଯାଉଛି।

market

Photograph: (India Today)

ନୂଆଦିଲ୍ଲୀ: ଜିଏସ୍‌ଟି ପରିଷଦ ବିଭିନ୍ନ ସାମଗ୍ରୀ ଉପରୁ ଟିକସ କମ୍ କରିବା ପରେ ଆଗକୁ ଅନେକ ଜିନିଷ ଶସ୍ତା ହେବାକୁ ଯାଉଛି। ଆସନ୍ତା ପୂଜାରେ ସେହି ଜିନିଷଗୁଡ଼ିକ ବ୍ୟାପକ ଭାବେ ବିକ୍ରି ହେବ। କେବଳ ସହରାଞ୍ଚଳରେ ଲୋକମାନେ ୨.୧୯ ଲକ୍ଷ କୋଟି ଟଙ୍କା ବ୍ୟୟ କରିବେ ବୋଲି ଆଶା କରାଯାଉଛି। ଲୋକାଲ୍‌ସର୍କଲ୍‌ ପକ୍ଷରୁ ଦେଶର ୩୧୯ଟି ଜିଲ୍ଲାରେ ୨ ଲକ୍ଷରୁ ଅଧିକ ଲୋକଙ୍କୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ସେମାନେ ପୂଜାରେ ବ୍ୟାପକ ଖର୍ଚ୍ଚ କରିବା ଯୋଜନା ରଖିଛନ୍ତି।

ପ୍ରତି ୧୦ରୁ ୬ଟି ପରିବାର ଅତିକମ୍‌ରେ ୫୦୦୦ ଟଙ୍କା ବ୍ୟୟ କରିବେ। ସର୍ବେକ୍ଷଣରରେ ଅଂଶଗ୍ରହଣ କରିଥିବା ୪ ପ୍ରତିଶତ ପରିବାର ୧ ଲକ୍ଷ ଟଙ୍କାରୁ ଅଧିକ, ୧୧ ପ୍ରତିଶତ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କା, ୨୨ ପ୍ରତିଶତ ୨୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କା, ୨୪ ପ୍ରତିଶତ ପରିବାର ୫୦୦୦ ଟଙ୍କାରୁ ୨୦,୦୦୦ ଟଙ୍କା, ୧୩ ପ୍ରତିଶତ ୫୦୦୦ ଟଙ୍କା ପର୍ଯ୍ୟନ୍ତ, ୪ ପ୍ରତିଶତ ୨୦୦୦ ପର୍ଯ୍ୟନ୍ତ ଖର୍ଚ୍ଚ କରିବେ ବୋଲି କହିଛନ୍ତି। ୧୧ ପ୍ରତିଶତ ପରିବାର କୌଣସି ଖର୍ଚ୍ଚ କରିବେ ନାହିଁ ଏବଂ ଅବଶିଷ୍ଟ ୧୧ ପ୍ରତିଶତ ଖର୍ଚ୍ଚକୁ ନେଇ କିଛି ଯୋଜନା କରିନଥିବା ଜଣାଇଛନ୍ତି। ପୂଜାରେ ସହରାଞ୍ଚଳ ପରିବାରଗୁଡ଼ିକ ଦାମ୍ କମିଥିବା ଅତ୍ୟାବଶ୍ୟକ ଜିନିଷ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ଗାଡ଼ି କିଣିବାକୁ ଯୋଜନା ରଖିଛନ୍ତି। ଗତ ସପ୍ତାହରେ ଜିଏସ୍‌ଟି ପରିଷଦ ଟିକସ କମ୍ କରିବା ପରେ ଏସି, ଟିଭି, କେଶ ତୈଳ, ସାବୁନ, ସାଇକଲ୍ ଆଦିର ଦାମ୍ କମ୍ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe