ତନିସ୍କର ପୂଜା ଅଳଙ୍କାର ସମ୍ଭାର ‘ସାଜ୍‌’

Advertisment
ତନିସ୍କର ପୂଜା ଅଳଙ୍କାର ସମ୍ଭାର ‘ସାଜ୍‌’

ଭୁବନେଶ୍ବର: ଚନ୍ଦ୍ରଶେଖରପୁରରେ ଥିବା ତନିସ୍କ ଷ୍ଟୋର୍‌ରେ କଂପାନିର ନୂଆ ପୂଜା ଅଳଙ୍କାର ସମ୍ଭାର ‘ସାଜ୍‌’କୁ ଉନ୍ମୋଚନ କରାଯାଇଛି। ତନିସ୍କର ବ୍ୟବସାୟ ସହଯୋଗୀ ମାନିକ୍‌ ହଂସ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଅଳଙ୍କାରଗୁଡ଼ିକୁ ଉନ୍ମୋଚନ କରାଯିବା ସହ ପ୍ରଦର୍ଶନ କରାଯାଇଛି। ଗ୍ରାହକମାନଙ୍କ ଉତ୍ସବ ଖୁସିକୁ ବଢ଼ାଇବା ଲାଗି ସୁନା ଗହଣାର ଗଢ଼ା ମୂଲ୍ୟ ଓ ହୀରା ଗହଣା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି। ଏହି ଅଫର ସୀମିତ ସମୟ ଲାଗି ଉପଲବ୍ଧ ହେବ। ସାଜ୍‌ ସମ୍ଭାରରେ ଥିବା ଅଳଙ୍କାରଗୁଡ଼ିକର ମୂଲ୍ୟ ୧୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଓଡ଼ିଶାରେ ଥିବା ସମସ୍ତ ତନିସ୍କ ଷ୍ଟୋର୍‌ରେ ଏହି ସମ୍ଭାର ଉପଲବ୍ଧ ହୋଇଛି। ଏଥିରେ ବିଭିନ୍ନ ପ୍ରକାର ଓଡ଼ିଆ ଡିଜାଇନ୍ ଯଥା ପଟିହାର, ସୀତାହାର, ଚାନ୍ଦବାଲି, ଝୁମ୍‌କା, ରାଣୀ ହାର, ବାଲା, ଚୁଡ଼ି, ଖଡୁ, ଶଙ୍ଖା ଆଦି ଅଳଙ୍କାର ରହିଛି। ତନିସ୍କର ସାଜ୍‌ ସମ୍ଭାରରେ ୧୫୦ରୁ ଅଧିକ ଆକର୍ଷଣୀୟ ଗହଣା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe