ନୂଆ ରୂପରେ ବଜାରକୁ ଆସିଲା ‘ବଜାଜ ପଲସର-୧୫୦’

Advertisment
ନୂଆ ରୂପରେ ବଜାରକୁ ଆସିଲା ‘ବଜାଜ ପଲସର-୧୫୦’

ନୂଆଦିଲ୍ଲୀ : ପଲସର ବାଇକ୍‌ ପ୍ରତି ଯୁବବର୍ଗଙ୍କ ଚାହିଦା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବଜାଜ ଅଟୋ ଲିମିଟେଡ କମ୍ପାନି ଏକ ନୂତନ ମଡେଲର ପଲସର-୧୫୦ ଟ୍ଵିନ ଡିସ୍କ ବଜାରରେ ଲଞ୍ଚ୍‌ କରାଇଛି। ଦିଲ୍ଲୀରେ ଏହାର ଏକ୍ସ-ସୋରୁମ ମୁଲ୍ୟ ୭୮,୦୧୬ ଟଙ୍କା ରହିଛି। ସବୁଠୁ ବଡ କଥା ହେଲା ପଲସରର ଏହି ନୂଆ ମଡେଲରେ ଦୁଇଟି ଚକରେ ଡିସ୍କ ବ୍ରେକ ଦିଆଯାଇଛି। ଏହାଦ୍ୱାରା ବ୍ରେକକୁ ନେଇ ଦେଖା ଦେଉଥିବା ସମସ୍ୟାର ସମାଧାନ ହେବା ସହ ଚାଳକଙ୍କ ସୁରକ୍ଷାକୁ ମଧ୍ୟ ଦୃଷ୍ଟି ଦିଆଯାଇଛ।

ଯୁବବର୍ଗଙ୍କୁ ଆକର୍ଷିତ କରିବା ପାଇଁ ଏହି ନୂଆ ମଡେଲକୁ ସ୍ପୋର୍ଟି ଲୁକ୍‌ ଦିଆଯାଇଛି। କମ୍ପାନିର କହିବା ଅନୁଯାୟୀ, ପଲସର-୧୫୦ର ନୂଆ ମଡେଲରେ ଟ୍ଵିନ ଡିସ୍କ ବ୍ରେକ ରହିବା ସହ ଏହାର ରଙ୍ଗ ଓ ଡିଜାଇନରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସ୍ପ୍ଳିଟ ସିଟ୍‌, ସ୍ପ୍ଲିଟ୍‌ ଗ୍ରେବ ରେଲ୍‌ସ, ପୂର୍ବ ମଡେଲ ଠାରୁ ଲମ୍ବା ହ୍ଵିଲ ବେସ ଓ ଚଉଡା ଟାୟାର ବ୍ୟବହାର କରାଯାଇଛି। ଏହାକୁ ନୂଆ ଲୁକ ଦେବା ପାଇଁ ଏଥିରେ ସ୍ପୋର୍ଟି ଗ୍ରାଫିକ୍ସ କରାଯାଇଛି ।

publive-image

କମ୍ପାନିର କହିବା ଅନୁଯାୟୀ, ଅନେକ ପରିବର୍ତ୍ତନ ସହ ଏହି ନୂଆ ମଡେଲକୁ ଲଞ୍ଚ କରାଯାଇଛି। ଶବ୍ଦ, ଭାଇବ୍ରେସନରେ ମଧ୍ୟ ଅନେକ ପରିବର୍ତ୍ତନ ଅଣାଯାଇଛି। ଗାଡିର ପଛରେ ୨୩୦ ଏମଏମର ଡିସ୍କ ବ୍ରେକ ରହିଛି। ଏହାସହ ଏହି ନୂଆ ମଡେଲରେ ୧୪୯.୫ ସିସିର ଇଞ୍ଜିନ ରହିଛି । ଏହି ନୂଆ ମଡେଲର ବାଇକ ବ୍ଲାକ ବ୍ଲୁ , ବ୍ଲାକ ରେଡ ଓ ବ୍ଲାକ କ୍ରୋମ ଭଳି ୩ଟି ରଙ୍ଗରେ ବଜାରରେ ଉପଲବ୍ଧ ହେବ। ତେବେ ପୁରୁଣା ୧୫୦ ସିଙ୍ଗଲ ଡିସ୍କ ମଡେଲର ବାଇକ ମଧ୍ୟ ବିକ୍ରି ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ପଲସର ୧୫୦ ଭାରତରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍ପୋର୍ଟସ ମୋଟର ସାଇକେଲ ମଧ୍ୟରୁ ଅନ୍ୟତମ। ଯୁବ ଗୋଷ୍ଠୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ମଡେଲ ଲଞ୍ଚ କରାଯାଇଛି ବୋଲି କହିଛି କମ୍ପାନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe