ଭୁବନେଶ୍ବର: ରୋଗୀମାନଙ୍କୁ ଭେଟିବା ଲାଗି ପଞ୍ଜାବୀ ଗାୟକ ସୁଖବୀର ସିଂହ ନୟା ରାୟପୁର ସ୍ଥିତ ବାଲ୍କୋ ମେଡିକାଲ୍ ସେଣ୍ଟର ପରିଦର୍ଶନ କରିଛନ୍ତି। ମେଡିକାଲ୍ ସର୍ଭିସେସ୍ର ମୁଖ୍ୟ ଜୟେଶ ଶର୍ମା ତାଙ୍କୁ ସ୍ବାଗତ କରିବା ସହ କ୍ୟାନସର ମୁକ୍ତ ସମାଜ ଗଠନ ଲାଗି ରହିଥିବା ଯୋଜନା ବିଷୟରେ ଜଣାଇଥିଲେ। ସୁଖବୀର ରୋଗୀମାନଙ୍କୁ ସାକ୍ଷାତ କରି ସେମାନଙ୍କୁ ଉପହାର ପ୍ରଦାନ କରିଥିଲେ। କ୍ୟାନସର ଚିକିତ୍ସା ଲାଗି ଏଭଳି ହସ୍ପିଟାଲ୍ ନିର୍ମାଣ କରାଯାଇଥିବାରୁ ସେ ବାଲ୍କୋ ମେଡିକାଲ୍ ସେଣ୍ଟର କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଥିଲେ। ସହରରେ ଆୟୋଜିତ ଜିନ୍ଦେଗୀ କନସର୍ଟ ପାଇଁ ସେ ଆସିଥିଲେ। ଏହି ଅବସରରେ କ୍ୟାନସରରୁ ମୁକ୍ତି ପାଇଥିବା ରୋଗୀମାନଙ୍କୁ ଉତ୍ସାହିତ କରାଯିବା ସହ ସମ୍ମାନିତ କରାଯାଇଥିଲା।
ବାଲ୍କୋ ମେଡିକାଲ୍ ସେଣ୍ଟର୍ରେ ପଞ୍ଜାବୀ ଗାୟକ ସୁଖବୀର
Advertisment
Follow Us