ବିଏସ୍‌କେୱାଇ ଯୋଜନାରେ ମାଗଣା ଆଣ୍ଠୁଗଣ୍ଠି ପ୍ରତିରୋପଣ କରିବ କ୍ୟୁ୧ ହସ୍ପିଟାଲ

Advertisment
ବିଏସ୍‌କେୱାଇ ଯୋଜନାରେ ମାଗଣା ଆଣ୍ଠୁଗଣ୍ଠି ପ୍ରତିରୋପଣ କରିବ କ୍ୟୁ୧ ହସ୍ପିଟାଲ

ବିଶାଖାପାଟଣା: ଆଣ୍ଠୁ ଗଣ୍ଠି ପ୍ରତିରୋପଣ କ୍ଷେତ୍ରରେ ଆନ୍ଧ୍ରପ୍ରଦେଶର ପ୍ରମୁଖ ଚିକିତ୍ସା ଅନୁଷ୍ଠାନ କ୍ୟୁ୧ ହସ୍ପିଟାଲ୍ସ ଓଡ଼ିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ (ବିଏସ୍‌‌କେୱାଇ) ଯୋଜନାରେ ମାଗଣା ଉକ୍ତ ଚିକିତ୍ସା ସୁବିଧା ଯୋଗାଇବା ନେଇ ଘୋଷଣା କରିଛି। ଖ୍ୟାତିସଂପନ୍ନ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ରମଣା ମୂର୍ତ୍ତି ଟି ଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ଡାକ୍ତରଖାନା ଆଣ୍ଠୁଗଣ୍ଠି ପ୍ରତିରୋପଣ କ୍ଷେତ୍ରରେ ବିଶେଷ ଖ୍ୟାତି ହାସଲ କରିଛି। ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ରମଣା ମୂର୍ତ୍ତିଙ୍କ ନିକଟରେ ୨୦୦୦ରୁ ଅଧିକ ଆଣ୍ଠୁ ପ୍ରତିରୋପଣର ଅଭିଜ୍ଞତା ରହିଛି। ଆନ୍ଧ୍ରପ୍ରଦେଶରେ ପ୍ରଥମ ଥର ପାଇଁ ରୋବୋଟିକ ଆଣ୍ଠୁଗଣ୍ଠି ପ୍ରତିରୋପଣ ଚିକିତ୍ସା ସେ ଆରମ୍ଭ କରି ଇତିହାସ ରଚିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆରମ୍ଭ ହୋଇଥିବା ବିଏସ୍‌କେୱାଇ ଯୋଜନା ମାଧ୍ୟମରେ ସେ ଓଡ଼ିଶାବାସୀଙ୍କୁ ଉକ୍ତ ଚିକିତ୍ସା ମାଗଣାରେ ଯୋଗାଇ ଦେବାପାଇଁ ଆଗେଇ ଆସିଛନ୍ତି। ଆଣ୍ଠୁଗଣ୍ଠି ସମସ୍ୟାରେ ପୀଡ଼ିତ ବ୍ୟକ୍ତିମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସେବା ଯୋଗାଇଦେଇ ସେମାନଙ୍କୁ ପୁନର୍ବାର ସ୍ବାଭାବିକ ଚଳପ୍ରଚଳ ଓ ଆରାମ ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe