ଓବରୟ ପରିବାରରେ ଝଗଡ଼ା: କୋର୍ଟରେ ପହଞ୍ଚିଲା ମାମଲା

ର୍ଗତ ପିଆରଏସ୍‌ ଓବରୟଙ୍କ ଝିଅ ଅାନାସ୍ତାସିୟା ଓବରୟ ନିଜ ଭାଇ ବିକ୍ରମଜିତ ଓବରୟ, ଭଉଣୀ ନତାଶା ଓବରୟ ଓ ପୁତୁରା ଅର୍ଜୁନ ଓବରୟଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି।

ମାଓବାଦୀଙ୍କୁ ଟଙ୍କା ଦେବା ମାମଲା: ୪ ଜଣଙ୍କ ବିରୋଧରେ ଗିରଫ ପରୱାନା

ନୂଆଦିଲ୍ଲୀ: ଓବରୟ ଓ ଟ୍ରାଇଡେଣ୍ଟ ଭଳି ହୋଟେଲ୍‌ ଶୃଙ୍ଖଳାର ମାଲିକାନା ରଖିଥିବା ଓବରୟ ପରିବାରରେ ସମ୍ପତ୍ତିକୁ ନେଇ ଝଗଡ଼ା ଆରମ୍ଭ ହୋଇଛି। ସ୍ବର୍ଗତ ପିଆରଏସ୍‌ ଓବରୟଙ୍କ ଝିଅ ଅାନାସ୍ତାସିୟା ଓବରୟ ନିଜ ଭାଇ ବିକ୍ରମଜିତ ଓବରୟ, ଭଉଣୀ ନତାଶା ଓବରୟ ଓ ପୁତୁରା ଅର୍ଜୁନ ଓବରୟଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ଆନାସ୍ତାସିୟା ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାଇ ଓ ଭଉଣୀ ତାଙ୍କ ବାପାଙ୍କ ଇଚ୍ଛାପତ୍ରକୁ କାର୍ଯ୍ୟକାରୀ କରିବାରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି।

କୋର୍ଟ ମାମଲାର ଶୁଣାଣି କରି ଆନାସ୍ତାସିୟାଙ୍କ ସପକ୍ଷରେ ଏକ ଅନ୍ତରୀଣ ରାୟ ଦେବା ସହ ସେୟାର ହସ୍ତାନ୍ତର ଉପରେ ରୋକ ଲଗାଇଛନ୍ତି। ଦିଲ୍ଲୀର କାପାସେରା‌ରେ ଆନାସ୍ତାସିୟାଙ୍କ ଅଧୀନରେ ଥିବା ଜମି ଓ କୋଠା ଉପରେ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ପ୍ରତିପକ୍ଷଙ୍କୁ ବାରଣ କରାଯାଇଛି। ଯେଉଁ ଇଚ୍ଛାପତ୍ର ଉପରେ ଆନାସ୍ତାସିୟା ନିଜ ଦାବି ଉପସ୍ଥାପନ କରିଛନ୍ତି, ସେଥିରେ କୋର୍ଟ ସତ୍ୟତା ଥିବା କହିଛନ୍ତି। 

୨୦୨୧ ଅକ୍ଟୋବର ୨୫ରେ ହୋଇଥିବା ଏକ ଇଚ୍ଛାପତ୍ରକୁ ନେଇ ଏହି ବିବାଦ ଆରମ୍ଭ ହୋଇଛି। ତାହାକୁ ବିକ୍ରମଜିତ ଓ ତାଙ୍କ ଭଉଣୀ ବିରୋଧ କରୁଛନ୍ତି। ୧୯୯୨ ମାର୍ଚ୍ଚ ୨୦ରେ ହୋଇଥିବା ଏକ ଇଚ୍ଛାପତ୍ର ଅନୁସାରେ ସମ୍ପତ୍ତିର ଭାଗବଣ୍ଟା ହେଉ ବୋଲି ସେମାନେ ଚାହୁଛନ୍ତି। ପରବର୍ତ୍ତୀ ସମୟରେ ହୋଇଥିବା ଇଚ୍ଛାପତ୍ର ଏକ ମୌଖିକ ପାରିବାରିକ ଫଇସଲା ଥିଲା ବୋଲି ସେମାନେ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe