The Statesman
ନୂଆଦିଲ୍ଲୀ: ସୋନି ଟିଭି ପକ୍ଷରୁ କୌନ ବନେଗା କରୋଡ଼ପତି (କେବିସି)ର ୪୧ତମ ସିଜନ୍ର ଯେଉଁ ନୂଆ ପ୍ରୋମୋ ଭିଡିଓ ଜାରି କରାଯାଇଛି ତାହାକୁ ନେଇ ବେଶ ଚର୍ଚ୍ଚା ହେଉଛି। ସୋ’ର ଉପସ୍ଥାପକ ଅମିତାଭ ବଚ୍ଚନ ସେଥିରେ ଏକ ପ୍ରଶ୍ନ ପଚାରୁଛନ୍ତି ଯାହାର ଉତ୍ତର ବିକଳ୍ପଗୁଡ଼ିକ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ ମଧ୍ୟ ଏକ ବିକଳ୍ପ ଭାବେ ରହିଛି। ଗୁଡ଼ି ନାମକ ଜଣେ ପ୍ରତିଯୋଗୀଙ୍କୁ ଅମିତାଭ ପ୍ରଶ୍ନ କରିଛନ୍ତି ଯେ ଏଥିରୁ କେଉଁଥିରେ ଜିପିଏସ୍ ପ୍ରଯୁକ୍ତି ରହିଛି? ଉତ୍ତର ବିକଳ୍ପରେ ଦିଆଯାଇଛି ଟାଇପରାଇଟର୍, ଟେଲିଭିଜନ, ସାଟେଲାଇଟ୍ (ଉପଗ୍ରହ) ଓ ୨୦୦୦ ଟଙ୍କିଆ ନୋଟ୍। ପ୍ରତିଯୋଗୀ ଜଣକ ଆତ୍ମବିଶ୍ବାସର ସହ ୨୦୦୦ ଟଙ୍କିଆ ନୋଟ୍ ବିକଳ୍ପକୁ ଚୟନ କରିଛନ୍ତି। ତାହା ଭୁଲ, ସଠିକ୍ ଉତ୍ତର ସାଟେଲାଇଟ୍ ବୋଲି ଅମିତାଭ କହିବା ପରେ ପ୍ରତିଯୋଗୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ୨୦୦୦ ଟଙ୍କିଆ ନୋଟ୍ରେ ଚିପ୍ ଥିବା ମୁଁ ଏକ ନିଉଜ୍ ପୋର୍ଟାଲ୍ରୁ ପଢ଼ିଥିଲି ବୋଲି ପ୍ରତିଯୋଗୀ ଜଣକ କହିବା ପରେ ଅମିତାଭ କହୁଛନ୍ତି ଯେ ଯେଉଁଠାରୁ ଜ୍ଞାନ ମିଳୁଛି ଗ୍ରହଣ କର, କିନ୍ତୁ ପ୍ରଥମେ ତାହା କେତେ ସତ ଜାଣିବାକୁ ଉଦ୍ୟମ କର। ସୋସିଆଲ ମିଡିଆରେ ଏହି କ୍ଲିପ୍ ଭାଇରାଲ୍ ହୋଇଛି।
Follow Us