ଭୁବନେଶ୍ୱର: ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି କଂପାନି କ୍ୟୁନେଟ୍ ପକ୍ଷରୁ ଦେଶର ଅନଗ୍ରସର ଲୋକମାନଙ୍କ କଲ୍ୟାଣ ନିମନ୍ତେ ଅର୍ଥ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ପାର୍ବଣ ସମୟରେ କ୍ୟୁନେଟ୍ର ଯୁବ ଉଦ୍ୟୋଗୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆଗକୁ ବଢ଼ିଥିଲା। ୧୭ଟି ସହରରେ ଏହାକୁ ଆୟୋଜନ କରାଯାଇଥିଲା। ଭୁବନେଶ୍ୱରରେ ଆଇଆର ଗ୍ରୁପର ମୁଖ୍ୟ ବିକାଶ କୁମାର ସାହୁଙ୍କ ନେତୃତ୍ୱରେ କମ୍ପାନି ପ୍ରତିନିଧିମାନେ ’ଆଦ୍ରୁତ ଚିଲ୍ଡ୍ରେନ୍ ହୋମ୍’ ନାମକ ଅନାଥାଶ୍ରମକୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରିଛନ୍ତି। ଏଭଳି କାର୍ଯ୍ୟକ୍ରମକୁ ନେଇ କ୍ୟୁନେଟ୍ ଗ୍ଲୋବାଲ୍ର ପରିଚାଳନା ନିର୍ଦେଶକ ତେଭର କୁନା ଆନନ୍ଦ ପ୍ରକଟ କରିଛନ୍ତି।
କ୍ୟୁନେଟ୍’ର କଲ୍ୟାଣମୂଳକ କାର୍ଯ୍ୟକ୍ରମ
Advertisment
Follow Us