ମୁକେଶଙ୍କ ସାନ ପୁଅ ଅନନ୍ତଙ୍କ ବାନ୍ଧବୀ ରାଧିକା

Advertisment
ମୁକେଶଙ୍କ ସାନ ପୁଅ ଅନନ୍ତଙ୍କ ବାନ୍ଧବୀ ରାଧିକା

ନୂଆଦିଲ୍ଲୀ: ଦୁନିଆର ଶ୍ରେଷ୍ଠ ୧୦ ଜଣ ଧନୀଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମୁକେଶ ଅମ୍ବାନି। ବିଭିନ୍ନ କାରଣୁ ନେଇ ତାଙ୍କ ପରିବାର ସର୍ବଦା ଚର୍ଚାରେ ରହିଥାଏ। ମୁକେଶଙ୍କ ତିନି ସନ୍ତାନ ହେଉଛନ୍ତି ଆକାଶ, ଇଶା ଓ ଅନନ୍ତ। ଆକାଶ ଓ ଇଶାଙ୍କ ବିବାହ ହୋଇସାରିଲାଣି। ସାନ ପୁଆ ଅନନ୍ତ ଅବିବାହିତ ଅଛନ୍ତି। ତାଙ୍କର ଜଣେ ବାନ୍ଧବୀଙ୍କୁ ନେଇ ଏବେ ଜୋରସୋର ଚର୍ଚା ହେଉଛି। ସେ ହେଉଛନ୍ତି ରାଧିକା ମର୍ଚାଣ୍ଟ୍‌। ବିଭିନ୍ନ ପାର୍ଟିରେ ଉଭୟଙ୍କୁ ଏକସଙ୍ଗେ ଦେଖିବାକୁ ମିଳୁଛି। ନିଜ ବଡ଼ ଭାଇ ଆକାଶ ଓ ଭଉଣୀ ଇଶାଙ୍କ ବିବାହ ଉତ୍ସବରେ ମଧ୍ୟ ଉଭୟଙ୍କୁ ଏକସଙ୍ଗେ ନାଚୁଥିବା ଦେଖିବାକୁ ମିଳିଥିଲା।

ଏହା ପରେ ଚର୍ଚା ହୋଇଥିଲା ଯେ ଉଭୟଙ୍କ ନିର୍ବନ୍ଧ ହୋଇଛି। କିନ୍ତୁ ସେହି ଖବର ଭୁଲ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଜଣେ ପ୍ରବକ୍ତା କହିଥିଲେ। ରାଧିକ ହେଉଛନ୍ତି ଏ‌ଙ୍କୋର ହେଲ୍‌ଥକେୟାରର ସିଇଓ ତଥା ଉପାଧ୍ୟକ୍ଷ ବିରେନ୍ ମର୍ଚାଣ୍ଟ୍‌ଙ୍କ ଝିଅ। ତାଙ୍କ ବାପା ଏଡିଏସ୍‌ର ଅଣ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ବିରେନଙ୍କ ପରିବାର ଗୁଜରାଟର କଚ୍ଛ ଜିଲ୍ଲାର ମୂଳ ବାସିନ୍ଦା। ଅମ୍ବାନି ଓ ମର୍ଚାଣ୍ଟ୍‌ଙ୍କ ପରିବାର ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି। ସେଥିପାଇଁ ଅମ୍ବାନି ପରିବାରର ସବୁ ଉତ୍ସବରେ ରାଧିକାଙ୍କୁ ଦେଖିବାକୁ ମିଳେ। ରାଧିକା ନ୍ୟୁୟର୍କ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିଛନ୍ତି। ନିଜ ବାପାଙ୍କ କଂପାନିରେ ସେ ନିର୍ଦେଶିକା ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe