ଡଲାର ଦାମ୍‌ ୭୬ ଟଙ୍କା ଟପିଲା

Advertisment
ଡଲାର ଦାମ୍‌ ୭୬ ଟଙ୍କା ଟପିଲା

Moneycontrol

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ବେଶ ଦୁର୍ବଳ ହୋଇପଡ଼ିଛି। ଏକ ଡଲାର ମୂଲ୍ୟ ୭୬ ଟଙ୍କାରୁ ଅଧିକ ହୋଇଯାଇଛି। ଗତବର୍ଷ ଡିସେମ୍ବର ପରେ ପ୍ରଥମ ଥର ଲାଗି ଟଙ୍କା ଏତେ ଦୁର୍ବଳ ହୋଇଛି। ଶୁକ୍ରବାର ଗୋଟିଏ ଡଲାର କିଣିବା ଲାଗି ୭୬ ଟଙ୍କା ୧୬ ପଇସା ଗଣିବାକୁ ପଡ଼ିଛି। ଟଙ୍କା ଦୁର୍ବଳ ହେଉଥିବାରୁ ଆମଦାନି ଲାଗି ଅଧିକ ଗଣିବାକୁ ପଡ଼ିବ। ଶେଷ ଥର ଲାଗି ଗତବର୍ଷ ଡିସେମ୍ବର ୧୭ରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୬ ଟଙ୍କା ୧୭ ପଇସା ହୋଇଥିଲା।

ଯଦି ଟଙ୍କା ଏହିଭଳି ଭାବେ ଦୁର୍ବଳ ହୋଇଚାଲିବ ତେବେ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ରିଜର୍ଭ ବ୍ୟାଙ୍କକୁ ହସ୍ତକ୍ଷେପ କରିବାକୁ ପଡ଼ିବ। ରିଜର୍ଭ ବ୍ୟାଙ୍କ ସୁଲଭ ମୂଲ୍ୟରେ ଡଲାର ବିକ୍ରି କରିପାରେ। ତାହା ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ମଧ୍ୟ ଚାପ ସୃଷ୍ଟି କରିବ। ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୧୪୨ କୋଟି ଡଲାର ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe