ବଜାଜ୍ ଅଟୋ ଅଧ୍ୟକ୍ଷ ପଦରୁ ରାହୁଲ୍‌ଙ୍କ ଇସ୍ତଫା, ନିରଜ ନୂଆ ଅଧ୍ୟକ୍ଷ

Advertisment
ବଜାଜ୍ ଅଟୋ ଅଧ୍ୟକ୍ଷ ପଦରୁ ରାହୁଲ୍‌ଙ୍କ ଇସ୍ତଫା, ନିରଜ ନୂଆ ଅଧ୍ୟକ୍ଷ

carandbike

ନୂଆଦିଲ୍ଲୀ: ବଜାଜ୍ ଅଟୋର ଅଧ୍ୟକ୍ଷ ପଦରୁ ରାହୁଲ ବଜାଜ୍‌ ଇସ୍ତଫା ଦେଇଛନ୍ତି। ୧୯୭୨ ମସିହାରୁ କମ୍ପାନିର ଦାୟିତ୍ବ ସମ୍ଭାଳି ଆସୁଥିବା ରାହୁଲ ବୟସାଧିକ କାରଣରୁ ଓହରି ଯାଇଛନ୍ତି। ଆସନ୍ତାକାଲି ସେ ଏହି ପଦରୁ ଓହରି ଯାଇ ମେ ପହିଲାରୁ କମ୍ପାନିର ସେବା ନିବୃତ୍ତ ଅଧ୍ୟକ୍ଷ ଭାବେ ୫ ବର୍ଷ କାର୍ଯ୍ୟ କରିବେ। ଏଥିସହିତ ବର୍ତ୍ତମାନ କମ୍ପାନିର ନିର୍ଦ୍ଦେଶକ ଥିବା ନିରଜ ବଜାଜ୍ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ସମ୍ଭାଳିବେ। କମ୍ପାନି ପକ୍ଷରୁ ଆଜି ଷ୍ଟକ ଏକ୍ସଚେଞ୍ଜକୁ ଏହି ସୂଚନା ଦିଆଯାଇଛି। ବଜାଜ୍ ଅଟୋ ଏବଂ ବଜାଜ୍‌ ଗ୍ରୁପ୍‌ର ଅନ୍ୟ କମ୍ପାନିର ସଫଳତା ପାଇଁ ସେ ଦୀର୍ଘ ୫ ଦଶନ୍ଧି ଧରି କାର୍ଯ୍ୟ କରିଛନ୍ତି। ତାଙ୍କ ସମୟରେ କମ୍ପାନି ଅନେକ ମାଇଲଖୁଣ୍ଟ ସ୍ଥାପନ କରିଛି। କମ୍ପାନି ପରିଚାଳନାରେ ରହିଥିବା ଦୀର୍ଘଦିନର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କ ପରମର୍ଶ ନେବା ଲାଗି ତାଙ୍କୁ କମ୍ପାନିର ସେବା ନିବୃତ୍ତ ଅଧ୍ୟକ୍ଷ ଭାବେ ଆସନ୍ତା ମେ ପହିଲାରୁ ୫ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି।

ନିରଜ ନୂଆ ଅଧ୍ୟକ୍ଷ
ବଜାଜ୍ ଅଟୋର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ନିରଜ ବଜାଜ୍ କମ୍ପାନିରେ ୩୫ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ମୁମ୍ବାଇର ସିଡେନହାମ୍ କଲେଜ୍ ଅଫ୍ କମର୍ସ ଆଣ୍ଡ୍ ଇକୋନୋମିକ୍ସରୁ ବିକମ୍ ପରେ ଆମେରିକାର ବୋଷ୍ଟନସ୍ଥିତ ହାର୍ଭାର୍ଡ ବିଜ୍‌ନେସ୍‌ ସ୍କୁଲରୁ ଏମବିଏ କରିଛନ୍ତି। ସେ ଜଣେ ବିଶିଷ୍ଟ ଟେବୁଲ ଟେନିସ ଖେଳାଳି ମଧ୍ୟ। ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ବ ସେ ୭ ବର୍ଷ ଧରି କରିଛନ୍ତି। ଅର୍ଜୁନ ଆୱାର୍ଡ ପାଇଛନ୍ତି। ୨୦୦୬ ସେପ୍ଟେମ୍ବରରୁ ସେ ବଜାଜ୍ ଅଟୋର ବୋର୍ଡରେ ରହି ଆସିଛନ୍ତି। ଏଥିସହିତ ବଜାଜ୍ ଗ୍ରୁପ୍‌ର ଅନ୍ୟ କମ୍ପାନି ‌ବୋର୍ଡ ଓ ବଜାଜ୍ ଗ୍ରୁପ୍ ଅଧୀନ ପ୍ରାୟ ୪୦ଟି ଦାତବ୍ୟ ସଂସ୍ଥାର ମଧ୍ୟ ସେ ପରିଚାଳନା କାର୍ଯ୍ୟ ବୁଝୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe