ଯାତ୍ରା ସମୟରେ ବିଏସଏଫ ଯବାନଙ୍କୁ ଅପରିଷ୍କାର ବଗି ଯୋଗାଇ ଦେବା ଘଟଣାର ନିଆଗଲା କାର୍ଯ୍ୟାନୁଷ୍ଠାନ

ସୀମା ସୁରକ୍ଷା ବଳ (ବିଏସଏଫ)ର ଯବାନଙ୍କୁ ଟ୍ରେନ ଭିତରେ ଅପରିଷ୍କାର ବଗି ଯୋଗାଇ ଦେବା ଘଟଣାରେ ୪ଜଣ ରେଳ ଅଧିକାରୀଙ୍କୁ ଦଣ୍ଡ ଦିଆଯାଇଥିବା ରେଳ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି।

ୀତରୀୗରଯ

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (ବିଏସଏଫ)ର ଯବାନଙ୍କ ପାଇଁ ଟ୍ରେନ ଭିତରେ ଏକ ଅପରିଷ୍କାର ବଗି ଯୋଗାଇ ଦିଆଯାଇଥିଲା। ଏହି ଅପରିଷ୍କାର ବଗିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ମାମଲାଟି ଜୋର ଧରିଥିଲା। ବିଭିନ୍ନ ମହଲରେ ଏହି ଘଟଣାକୁ କେନ୍ଦ୍ର କରି ତୀବ୍ର ସମାଲୋଚନା କରାଯାଉଛି।

ସୀମା ସୁରକ୍ଷା ବଳ (ବିଏସଏଫ)ର ଯବାନଙ୍କୁ ଟ୍ରେନ ଭିତରେ ଅପରିଷ୍କାର ବଗି ଯୋଗାଇ ଦେବା ଘଟଣାରେ ୪ଜଣ ରେଳ ଅଧିକାରୀଙ୍କୁ ଦଣ୍ଡ ଦିଆଯାଇଥିବା ରେଳ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର (ଜୁନ୍ ୧୧, ୨୦୨୫) କହିଛନ୍ତି, ‘ଏହି ମାମଲାକୁ ଗମ୍ଭୀରତା ସହ ନିଆଯାଇ ଗତ ମଙ୍ଗଳବାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ଘଟଣାଟି ହେଉଛି ଏପରି, ଅମରନାଥ ଯାତ୍ରାର ସୁରକ୍ଷା ପାଇଁ ନିୟୋଜିତ ପ୍ରାୟ ୧୨୦୦ ବିଏସଏଫ ଯବାନଙ୍କୁ ଗତ ଜୁନ୍ ୦୯ ତାରିଖରେ ଉଦୟପୁରରୁ ଜମ୍ମୁ ଯାଉଥିବା ଏକ ଟ୍ରେନରେ ଯାତ୍ରା କରିବାର ଥିଲା।

ଯାତ୍ରା ସମୟରେ ଟ୍ରେନ ବଗିର ଅପରିଷ୍କାର ଅବସ୍ଥା ଦେଖି ଯବାନମାନେ ଏହି ଟ୍ରେନରେ ଯିବାକୁ ମନା କରିଦେଇଥିଲେ। ଭାଇରାଲ ହୋଇଥିବା ଭିଡିଓରେ ବଗିର ଭଙ୍ଗା ଝରକା, ଉପର ବର୍ଥ ନଥିବ ଏକ ଭଙ୍ଗା ‌‌ଟ୍ରେନ ଇତ୍ୟାଦି ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe