ରେଳବାଇର ଟିକେଟ ରିଜରଭେସନ ନିୟମରେ ବଡ଼ ପରିବର୍ତ୍ତନ

Advertisment

ରେଳବାଇ ଟିକେଟ ରିଜରଭେସନ ନିୟମରେ ବଡ଼ ପରିବର୍ତ୍ତନ କରିଛି। ଏବେ ରେଳ ଟିକେଟର ବୁକିଂ ମାତ୍ର ୬୦ଦିନ ପୂର୍ବରୁ ହୋଇପାରିବ।  ପ୍ରଥମେ ଏହି ରେଳ ଟିକେଟ ବୁକିଂ ୧୨୦ଦିନ ପୂର୍ବରୁ କରିବାକୁ ହେଉଥିଲା।

ରେଳବାଇ ଟିକେଟ ରିଜରଭେସନ ନିୟମରେ ବଡ଼ ପରିବର୍ତ୍ତନ କରିଛି। ଏବେ ରେଳ ଟିକେଟର ବୁକିଂ ମାତ୍ର ୬୦ଦିନ ପୂର୍ବରୁ ହୋଇପାରିବ।  ପ୍ରଥମେ ଏହି ରେଳ ଟିକେଟ ବୁକିଂ ୧୨୦ଦିନ ପୂର୍ବରୁ କରିବାକୁ ହେଉଥିଲା।

Gù2C


ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଟିକେଟ ରିଜରଭେସନ ନିୟମରେ ବଡ଼ ପରିବର୍ତ୍ତନ କରିଛି। ଏବେ ରେଳ ଟିକେଟର ବୁକିଂ ମାତ୍ର ୬୦ଦିନ ପୂର୍ବରୁ ହୋଇପାରିବ ବୋଲି ରେଲୱେ ବୋର୍ଡ ପକ୍ଷରୁ ଚିଠି କରାଯାଇଛି।  ପ୍ରଥମେ ଏହି ରେଳ ଟିକେଟ ବୁକିଂ ୧୨୦ଦିନ ପୂର୍ବରୁ କରିବାକୁ ହେଉଥିଲା।

ରେଳବାଇର ଟିକେଟ ରିଜରଭେସନର ଏହି ନୂଆ ନିୟମ ଚଳିତବର୍ଷ ଅର୍ଥାତ ୨୦୨୪ ନଭେମ୍ବର ୧ରୁ ଲାଗୁ ହେବ। ଅକ୍ଟୋବର ୨୧ ପର୍ଯ୍ୟନ୍ତ ହୋଇଥିବା ଟିକେଟ ରିଜରଭେସନରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ସେହିପରି ବିଦେଶୀ ପର୍ୟ୍ୟଟକଙ୍କ ପାଇଁ ୩୬୫ ଦିନର ସୀମା କ୍ଷେତ୍ରରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ।  ତେବେ ଏହି ନୂଆ ପରିବର୍ତ୍ତନର କାରଣ କ’ଣ ସେନେଇ ରେଳବାଇ କୌଣସି ପ୍ରକାର ସ୍ପଷ୍ଟ ସୂଚନା ଦେଇନାହିଁ। 

ରେଳବାଇ ପକ୍ଷରୁ ପ୍ରକାଶ, ୨୦୨୪ ନଭେମ୍ବର ୧ରୁ ଯାତ୍ରାର ଦିନକୁ ଛାଡ଼ିଦେଇ ୬୦ଦିନ ପୂର୍ବରୁ ଟିକେଟ ରିଜରଭେସନ ହେବ। ଏହି କ୍ରମରେ ୧୨୦ଦିନର ଆଗୁଆ ରିଜରଭେସନ ଅବଧି ଆଧାରରେ ୨୦୨୪ ଅକ୍ଟୋବର ୩୧ ପର୍ଯ୍ୟନ୍ତ  କରାଯାଇଥିବା ସମସ୍ତ ଟିକେଟ ବୈଧ ରହିବ।

ଏମିତି କି ଯେଉଁ ଟ୍ରେନଗୁଡ଼ିକର ଆଡଭାନ୍ସ ରିଜର୍ଭ ଅବଧି ପୂର୍ବରୁ ହିଁ କମ ଅଛି ତାହା ଉପରେ ବି ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଏମିତି ଟ୍ରେନଗୁଡ଼ିକ ମଧ୍ୟରେ ଗୋମତି ଏକ୍ସପ୍ରେସ ଓ ତାଜ ଏକ୍ସପ୍ରେସ ଭଳି ଟ୍ରେନ ସାମିଲ ରହିଛି।

ସାଧାରଣତଃ ଦେଖାଯାଇଥାଏ ୪ମାସ ପୂର୍ବରୁ କରାଯାଇଥିବା ଟ୍ରେନ ଟିକେଟ ପ୍ରାୟତଃ ବାତିଲ ହୋଇଯାଇଥାଏ। କିନ୍ତୁ ୨ମାସର ଆଗୁଆ ଟିକେଟ ରିଜରଭେସନ ନିୟମ ଦ୍ବାରା ଯାତ୍ରୀ ଟିକେଟ ବାତିଲ କରିବାର ସମ୍ଭାବନା କମ ରହିବ ବୋଲି ଅନୁମାନ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe