ରେଳବାଇରେ ୫୦ ହଜାର ପଦବି ଖାଲି, ଗ୍ରାଜୁଏଟ ବି କରି ପାରିବେ ଆବେଦନ

Advertisment
ରେଳବାଇରେ ୫୦ ହଜାର ପଦବି ଖାଲି, ଗ୍ରାଜୁଏଟ ବି କରି ପାରିବେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ୫୦ହଜାର ପଦବି ଖାଲି ଅଛି। ଏହି ପଦବି ପୂରଣ ପାଇଁ ରେଳବାଇ ସୂଚନା ମଧ୍ୟ ଜାରି କରିଛି। ଏହି ପଦ ପାଇଁ ଆବେଦନ କରିବା ଲାଗି ଇଚ୍ଛୁକ ଥିବା ପ୍ରାର୍ଥୀ ଅନ୍‌ଲାଇନ୍‌ ଜରିଆରେ ମଧ୍ୟ ଆବେଦନ କରି ପାରିବେ। ଏହି ପଦ ପାଇଁ ଆବେଦନକାରୀ  େଓ୍ଵବସାଇଟ indianrailways.gov.inକୁ ଯାଇ ଆବେଦନ କରିପାରିବେ। ତେବେ ଏଯାବତ୍‌ ଏହି ପଦ ପାଇଁ ସବିଶେଷ ବିବରଣୀ େଓ୍ଵବସାଇଟ୍‌ରେ ଅପଲୋଡ ହୋଇ ନ ଥିବା ବେଳେ ଖୁବ୍‌ ଶୀଘ୍ର ଅପ୍‌ଲୋଡ କରାଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି।

publive-image

ଯୋଗ୍ୟତା: ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ଆବେଦନକାରୀ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ୍  ଡିଗ୍ରି ହାସଲ କରିଥିବା ଆବଶ୍ୟକ।

ବୟସ ସୀମା: ଆବେଦନ କରିବା ପାଇଁ ଆବେଦନକାରୀଙ୍କ ବୟସ ୧୮ରୁ ୩୨ବର୍ଷ ମଧ୍ୟରେ ହୋଇଥିବ।

publive-image

ବେତନ: ଏହିପଦ ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ୫,୨୦୦ରୁ ୨୦,୨୦୦ପର୍ଯ୍ୟନ୍ତ ବେତନ ମିଳିବ। ଆବେଦନକାରୀଙ୍କ ଚୟନ ପ୍ରିଲିମ୍, ମେନ ଓ ଇଣ୍ଟରଭ୍ୟୁ ଆଧାରରେ ହେବ।

(ସୌଜନ୍ୟ; ଏନ୍‌ଡିଟିଭି)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe