ରେଳ ବଜେଟ ୨୦୨୦-୨୧ : ଆବଶ୍ୟକତା ଅନୁସାରେ ପାଣ୍ଠି ବଣ୍ଟନ

ପୂର୍ବତଟ ରେଳପଥର ଜମି ରେକର୍ଡ ପରିଚାଳନା ସୁଦୃଢ଼ ହେବ, ଲ୍ୟାଣ୍ଡ ରେକର୍ଡ ଟାସ୍କଫୋର୍ସ ଗଠନ

news.railanalysis.com

ପୂର୍ବତଟ ରେଳପଥ ଦାବି କରିଛି, ଏଥର କୌଣସି ପ୍ରକଳ୍ପ ବା ପ୍ରକଳ୍ପ ସଂକ୍ରାନ୍ତ ଅନୁଦାନ ରାଶି ରାଜନୈତିକ ଚାପ ଆଧାରରେ ଦିଆଯାଇନାହିଁ, ବରଂ ପ୍ରକଳ୍ପଗୁଡିକର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପରେ ମନ୍ତ୍ରୀ ଅର୍ଥ ପ୍ରଦାନ କରିଛନ୍ତି। ଏପରିକି ବଜେଟ୍ ପୂର୍ବରୁ ପ୍ରତ୍ୟେକ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ଯେଉଁ ପ୍ରକଳ୍ପ ପାଇଁ ଯେତିକି ଅର୍ଥ ଖର୍ଚ୍ଚ ହୋଇପାରିବ ତାହାକୁ ଲକ୍ଷ୍ୟ ରଖି ପାଣ୍ଠି ପ୍ରଦାନ କରାଯାଇଛି।

ମାଗଣା ଜମି ପରେ ବି
ରାଜ୍ୟ ସରକାର ଅର୍ଥ ଓ ମାଗଣା ଜମି େଯାଗାଇ ଦେବା ଲାଗି ପ୍ରତିଶ୍ରୁତି ଦେବା ପରେ ବି େକନ୍ଦ୍ର ସରକାରଙ୍କ େରଳ ମନ୍ତ୍ରାଳୟ କାହିଁକି କେଜାଣି ଜୟପୁର-ମାଲକାନଗିରି ୧୩୦ କିେଲାମିଟର େରଳପଥର ବିକାଶ ପାଇଁ ଆସନ୍ତାବର୍ଷ ଲାଗି ମାତ୍ର ୩୩ କୋଟି ଟଙ୍କା ବରାଦ କରିଛନ୍ତି। ୨୦୧୯-୨୦ରେ ୭୦ େକାଟି ଟଙ୍କା ଦେଇଥିଲେ। ସେହିଭଳି ଜୟପୁର-ନବରଙ୍ଗପୁର ୩୮ କିେଲାମିଟର େରଳପଥ କ୍ଷେତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି େହାଇଛି। ଏହି ପ୍ରକଳ୍ପ ଲାଗି ୨୦ କୋଟି ଟଙ୍କା ଦିଆଯାଇଛି। ୨୦୧୯-୨୦ରେ ୧୦ େକାଟି ଟଙ୍କା ରଖାଯାଇଥିଲା। ବାସ୍ତବରେ ଏହି ପ୍ରକଳ୍ପରେ ଅର୍ଥ ଖର୍ଚ୍ଚ େହାଇପାରୁନାହିଁ କିମ୍ବା ଆଉ କଣ କାରଣ ରହିଛି, ତାହା ଉପରେ ଅଧିକ ତର୍ଜମାର ଆବଶ୍ୟକତତା ରହିଛି।

ଓଡ଼ିଶା ଅଧୀନସ୍ଥ ଦକ୍ଷିଣ-ପୂର୍ବ ରେଳପଥକୁ ଗୁରୁତ୍ବ
ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ରାଉରକେଲା-ଝାରସୁଗୁଡ଼ାର ୧୧୦କିମି ରେଳମାର୍ଗରେ ନୂତନ ଭାବେ ତୃତୀୟ ଲେନ୍ ନିର୍ମାଣ କାର୍ଯ୍ୟ ହେବ। ଏଥିପାଇଁ ୧୭୦କୋଟି ଟଙ୍କା ବରାଦ େହାଇଛି। ମନୋହରପୁର-ବନ୍ଧମୁଣ୍ଡାର ୩୦କିମି ରେଳପଥରେ ତୃତୀୟ ଲେନ୍ ନିର୍ମାଣ ପାଇଁ ୩୫କୋଟି ଟଙ୍କା ଓ ରାଉରକେଲା-ବନ୍ଧମୁଣ୍ଡାର ଚତୁର୍ଥ ଲେନ୍ ନିର୍ମାଣ ପାଇଁ ୨୩ କୋଟି ଟଙ୍କା,ବନ୍ଧମୁଣ୍ଡା-ରାଞ୍ଚି ରେଳପଥ ପାଇଁ ୨୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe