ରେଳବାଇ ଜମିକୁ ଦୀର୍ଘକାଳୀନ ଲିଜ୍‌ରେ ଦିଆଯିବ: ୧.୨ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ

Advertisment
ରେଳବାଇ ଜମିକୁ ଦୀର୍ଘକାଳୀନ ଲିଜ୍‌ରେ ଦିଆଯିବ: ୧.୨ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ

Lawstreet Journal

ନୂଆଦିଲ୍ଲୀ: ପିଏମ୍ ଗତିଶକ୍ତି ଭିତ୍ତିଭୂମି ବିକାଶ କରିବା ଲାଗି ରେଳବାଇ ଜମିକୁ ଦୀର୍ଘକାଳୀନ ସୂତ୍ରରେ ପ୍ରଦାନ କରିବା ସମ୍ପର୍କିତ ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ଅନୁମୋଦନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ରେଳ ମନ୍ତ୍ରାଳୟ ଦେଇଥିବା ଏହି ପ୍ରସ୍ତାବ ମଞ୍ଜୁର ହୋଇଛି। ଏହା ଦ୍ବାରା ଦେଶରେ ଆସନ୍ତା ୫ ବର୍ଷରେ ୩୦୦ ପିଏମ୍ ଗତିଶକ୍ତି କାର୍ଗୋ ଟର୍ମିନାଲ୍ ବିକାଶ କରାଯିବ। ମାଲ ପରିବହନ କ୍ଷେତ୍ରରେ ରେଳବାଇର ଭାଗ ବଢ଼ିବ, ଯଦ୍ବାରା ଏହାର ରାଜସ୍ବ ବୃଦ୍ଧି ପାଇବ। ଏଥି ସହିତ ବହୁ ସଂସ୍ଥା ଲାଗି ପରିବହନ ଓ ଲଜି‌ଷ୍ଟିକ୍ ଖର୍ଚ୍ଚ ମଧ୍ୟ କମିବ। ଏହି ପ୍ରସ୍ତାବ ଲାଗୁ ହେଲେ ଦେଶରେ ୧.୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ରେଳବାଇ ଜମିକୁ ବିଦ୍ୟୁତ, ଗ୍ୟାସ, ପାନୀୟ ଜଳ ଯୋଗାଣ, ଦୂରସଞ୍ଚାର କେବୁଲ ବିଛାଇବା, ସିୱେଜ ପରିଚାଳନା, ନାଳ ତିଆରି, ଅପ୍ଟିକାଲ ଫାଇବର କେବଲ ବିଛାଇବା, ପାଇପଲାଇନ, ସଡ଼କ, ଫ୍ଲାଏଓଭର, ବସ୍‌ ଟର୍ମିନାଲ, ଆଞ୍ଚଳିକ ରେଳ ପରିବହନ, ସହରାଞ୍ଚଳ ପରିବହନ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ସେଥିପାଇଁ ରେଳବାଇ ଜମି ନୀତିକୁ କୋହଳ କରାଯାଇଛି। ଏହି ନୀତି ମାଧ୍ୟମରେ ଜମିର ବାର୍ଷିକ ବଜାର ମୂଲ୍ୟର ୧.୫% ହାରରେ ୩୫ ବର୍ଷ ପର୍ଯ୍ୟନ୍ତ ଅବଧି ନିମନ୍ତେ କାର୍ଗୋ ସମ୍ବନ୍ଧୀୟ ଗତିବିଧି ଲାଗି ରେଳବାଇ ଜମିକୁ ଦୀର୍ଘ ଅବଧି ପାଇଁ ଲିଜରେ ପ୍ରଦାନ କରାଯିବ। ଅପ୍ଟିକାଲ ଫାଇବର କେବଲ (ଓଏଫସି) ଏବଂ ଅନ୍ୟ ଛୋଟ କ୍ଷେତ୍ରଫଳ ବିଶିଷ୍ଟ ଜମି ଉପଯୋଗିତା ଲାଗି ରେଳବାଇ ଟ୍ରାକ ପାର କରିବା ଲାଗି ୧୦୦୦ ଟଙ୍କାର ଏକକାଳୀନ ଶୁଳ୍କ ନିଆଯିବ। ଏହି ନୀତିରେ ରେଳବାଇ ଜମିରେ ସୋଲାର ପ୍ଲାଣ୍ଟ ବିଛାଇବା ପାଇଁ ନାମମାତ୍ର ଖର୍ଚ୍ଚରେ ରେଳବାଇର ଜମି ବ୍ୟବହାର କରିବାର ବ୍ୟବସ୍ଥା ରହିଛି। ଏହି ନୀତିରେ ପ୍ରତି ଏକ ବର୍ଗମିଟର ପିଛା ବାର୍ଷିକ ୧ ଟଙ୍କାର ଶୁଳ୍କରେ ରେଳବାଇ ଜମିରେ ସାମାଜିକ ମୌଳିକ ଭିତ୍ତିଭୂମି ଯଥା ଘରୋଇ ସରକାରୀ ସହଭାଗିତା (ପିପିପି) ଜରିଆରେ ଡାକ୍ତରଖାନା ଏବଂ ବିଦ୍ୟାଳୟ ସ୍ଥାପନ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe