ରେଳମନ୍ତ୍ରୀଙ୍କୁ ବ୍ୟବସାୟୀ ମହାସଂଘର ଚିଠି, ଟ୍ରେନ୍ ୧୮ ପ୍ରକଳ୍ପରେ ଚୀନ୍‌କୁ ସାମିଲ କରନି

ଭୁବନେଶ୍ୱର-ରାଉର‌କେଲା ଏକ୍ସପ୍ରେସ୍‌ ସମୟ ପରିବର୍ତ୍ତନ

Kalinga TV

ନୂଆଦିଲ୍ଲୀ: ସୀମାରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରଠାରୁ ଦେଶରେ ଚୀନ୍‌ ସାମଗ୍ରୀ ବର୍ଜନ ଦାବି ଜୋର ଧରିଛି। ବ୍ୟବସାୟ ଜଗତରେ ଏହି ଅଭିଯାନର ନେତୃତ୍ବ ନେଇଛି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ। ଏହା ଅଧୀନରେ ୭ କୋଟିରୁ ଅଧିକ ବ୍ୟବସାୟୀ ଅଛନ୍ତି। ଚୀନ୍ ସାମଗ୍ରୀ ବର୍ଜନ ପାଇଁ ଏହି ମହାସଂଘ 'ଭାରତୀୟ ସାମଗ୍ରୀ-ଆମର ଅଭିଯାନ' ଘୋଷଣା କରିଛି। ବନ୍ଦେ ଭାରତ ଟ୍ରେନ୍ (‌ ଟ୍ରେନ୍ ୧୮) ପ୍ରକଳ୍ପରେ ‌ଚୀନ୍‌ର କୌଣସି କଂପାନିକୁ ସାମିଲ ନକରିବା ଲାଗି ଅନୁରୋଧ କରି ବ୍ୟବସାୟୀ ମହାସଂଘ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଛି।

ଟ୍ରେନ୍ ୧୮ ଯୋଜନାରେ ୪୪ଟି ମଧ୍ୟମ ଗତିର ଟ୍ରେନ୍ କିଣିବା ଲାଗି ସରକାର ଯୋଜନା ରଖିଛନ୍ତି। ଏଥିପାଇଁ ବିଶ୍ବସ୍ତରୀୟ ଟେଣ୍ଡର ଆହ୍ବାନ କରାଯାଇଛି। ପ୍ରାୟ ୧୫୦୦ କୋଟି ଟଙ୍କାର ଏହି ଯୋଜନାରେ ବିଡ୍‌ ଦାଖଲ କରିବା ଲାଗି ଚୀନ୍‌ର କଂପାନି ସିଆର୍‌ଆର୍‌ସି ଆଗ୍ରହ ପ୍ରକାଶ କରିଛି। ଯେଉଁ ୬ଟି ସଂସ୍ଥା ଏହି ଟେଣ୍ଡର ପାଇଁ ବିଡ୍ ଦାଖଲ କରିବା ପ୍ରକ୍ରିୟାରେ ଅଛନ୍ତି ସେମାନଙ୍କ ମଧ୍ୟରୁ ସିଆର୍‌ଆର୍‌ସି ଗୋଟିଏ। ଗୁରୁଗ୍ରାମର ଏକ ସଂସ୍ଥା ସହ ମିଶି ଏହା କନସୋର୍ଟିୟମ୍ ସ୍ଥାପନ କରିଛି। ଟ୍ରେନ୍ ୧୮ ପ୍ରକଳ୍ପ ଲାଗି ଇଲେକ୍ଟ୍ରିକ୍ ଟ୍ରାକ୍ସନ ଓ ପ୍ରପଲ୍‌ସନ୍ ସିଷ୍ଟମ୍ ଯୋଗାଇବା ଲାଗି ଏହା ଆଶା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe