ରେଳ ଧାରଣାରେ ଥିବା ତ୍ରୁଟିକୁ ଚିହ୍ନଟ କରି ଦୁର୍ଘଟଣା ରୋକିବ ଏହି ରୋବର୍ଟ

Advertisment
ରେଳ ଧାରଣାରେ ଥିବା ତ୍ରୁଟିକୁ ଚିହ୍ନଟ କରି ଦୁର୍ଘଟଣା ରୋକିବ ଏହି ରୋବର୍ଟ

ନୂଆଦିଲ୍ଲୀ: ଦେଶରେ ରେଳଧାରଣା ଯାଞ୍ଚ କରିବା ପାଇଁ ପାଖାପାଖି ୨ଲକ୍ଷ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତେବେ ଏହି ପ୍ରକ୍ରିୟା ବହୁ ମନ୍ଥର ହେବା ସହିତ ଘାତକ ମଧ୍ୟ ହୋଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ପ୍ରତିବର୍ଷ ରେଳ ଧାରଣା ଯାଞ୍ଚ କରୁଥିବା ସମୟରେ ପାଖାପାଖି ୪୦୦ କର୍ମଚାରୀଙ୍କ ରେଳ ଧକ୍କାରେ ମୃତ୍ୟୁ ହୋଇଥାଏ।

publive-image

ଏଣିକି ଏକ ଛୋଟ ରୋବର୍ଟ ରେଳ ଧାରଣାରେ ଥିବା ତ୍ରୁଟିକୁ ଚିହ୍ନଟ କରି ରେଳକୁ ସୁରକ୍ଷିତ ଭାବେ ଯାତ୍ରା କରାଇବା ସହିତ ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ। ଇଣ୍ଡିୟାନ୍‌ ଇନ୍‌ଷ୍ଟଚ୍ୟୁଟ ଅଫ ଟେକ୍‌ନୋଲୋଜି ଓ  ମାଡ୍ରାସ ବିଶ୍ୱବିଦ୍ୟାଳୟର ଏକ ଟିମ୍‌ ଏହି ରୋବର୍ଟକୁ ପ୍ରସ୍ତୁତ କରିଛନ୍ତି। ଯାହାକୁ ‘ଏ ଆରଟିମିସ୍‌ ରୋବଟ୍‌’ କୁହାଯାଉଛି।। ଏହା ରେଳ ଧାରଣାରେ ୨ସେଣ୍ଟିମିଟରର ଫାଙ୍କାସ୍ଥାନକୁ ଚିହ୍ନଟ କରିବା ସହିତ ବାସ୍ତବିକ ସମୟର ଡାଟା ସମ୍ପର୍କରେ ସୂଚିତ କରିବ।

ଇଣ୍ଡିୟାନ୍‌ ଇନ୍‌ଷ୍ଟଚ୍ୟୁଟ ଅଫ ଟେକ୍‌ନୋଲୋଜି ଓ ମାଡ୍ରାସ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ଦ୍ୱାରା ତିଆରି ଏହି ରୋବର୍ଟକୁ ଟିମ୍‌ ଇଣ୍ଟର-ଆଇଆଇଟି ଟେକ୍‌ ମିଟ୍‌ -୨୦୧୮ରେ ପ୍ରଦର୍ଶନ କରାଯାଇଥିଲା। ଆଇଆଇଟି-ଏମ ବାୟୋଟେକନୋଲୋଜି ଛାତ୍ର ଶାଶ୍ୱତ ସାହୁ ଓ ଟିମ୍‌ର ଅନ୍ୟ ସଦସ୍ୟଙ୍କ କହିବାନୁସାରେ, ଆମେ ଏଭଳି ଏକ ପ୍ରଣାଳୀ ପ୍ରସ୍ତୁତ କରିଛୁ ଯାହା ସମ୍ପୂର୍ଣ୍ଣ ଭାବେ ସ୍ୱୟଂଚାଳିତ । ଏହା ରେଳ ଧାରଣାରେ ଥିବା ତ୍ରୁଟିକୁ ଚିହ୍ନଟ କରି ବାସ୍ତବିକ ସମୟର ତଥ୍ୟ ଓ ସଠିକ୍‌ ସ୍ଥାନରୁ ପଠାଇବ। ଏହା ଭାରତୀୟ ରେଳବାଇ ପାଇଁ ଶସ୍ତା ସମଧାନ ଅଟେ। ଏହି ଉପକରଣ ପାଇଁ ସାମାନ୍ୟ ସାମଗ୍ରୀର ବ୍ୟବହାର କରାଯାଇଛି।

publive-image

ଏହି ଉପକରଣଟି ଖୁବ୍‌ ହାଲୁକା। ଏହି  ୧.୫ଫୁଟ ଲମ୍ବର ରୋବର୍ଟରେ ଛଅଟି ଚକ ଲାଗିଛି। ଧାରଣାରେ ଏହା ୧ଏମ୍‌/ସେକେଣ୍ଡରେ ଆଗକୁ ଓ ପଛକୁ ଖୁବ୍‌ ସହଜରେ ଯା’ଅାସ ହୋଇପାରିବ। ଏହି ରୋବର୍ଟ ଏକ ସାଧାରଣ ଟେକ୍‌ନୋଲୋଜି ବ୍ୟବହାର କରି ରେଳ ଧାରଣାରେ ଥିବା ତ୍ରୁଟିକୁ ଚିହ୍ନଟ କରିବ। ସଂସଦରେ ଦାଖଲ କରାଯାଇଥିବା ରିପୋର୍ଟ ଅନୁଯାୟୀ , ପ୍ରତିବର୍ଷ ରେଳ ଧାରଣାରେ ଥିବା ତ୍ରୁଟି ହେତୁ ୪୦ପ୍ରତିଶତ ରେଳ ଦୁର୍ଘଟଣା  ହୋଇଥାଏ।

ଅଲଟ୍ରାସୋନିକ୍‌ ଓ ସେନ୍‌ସର ରେଳ ଧାରଣାରୁ ଡାଟା ସଂଗ୍ରହ କରି ମାଇକ୍ରୋ କଣ୍ଟ୍ରୋଲରକୁ ପଠାଇଥାଏ। ଡିଭାଇସ୍‌ରେ ଥିବା ଜିପିଏସ୍‌ ମଡ୍ୟୁଲ ଲୋକେସନ୍‌କୁ ପଢ଼ି ଡାଟା ପ୍ରେରିତ କରିଥାଏ। ମାଇକ୍ରୋକଣ୍ଟ୍ରୋଲର ଏକ କମ୍ପ୍ୟୁଟର ଭଳି କାମ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe