ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ନୂଆ ନୂଆ ସୁବିଧା ସବୁ ଉପଲବ୍ଧ ହେଉଛି। ଏଣିକି ରେଳ ଯାତ୍ରୀମାନେ ଆଉ ପୂର୍ବ ପରି ହିନସ୍ତା ସହି ଯାତ୍ରା କରିବେ ନାହିଁ। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ଅନେକ ନୂଆ ପଦକ୍ଷେପ ନେଇଥିବା ବେଳେ ନିକଟରେ ଟ୍ରେନ୍ ମଧ୍ୟରେ ସ୍ୱୟଂଚାଳିତ ଫୁଡ୍ ଭେଣ୍ଡିଂ ମେସିନ୍ ଲଗାଯାଇଛି।
ବାଙ୍ଗାଲୋର୍ରେ ନୂଆ କରି ଲଞ୍ଚ ହୋଇଥିବା ୟୁଡିଏଓ୍ଵାଇ ଏକ୍ସପ୍ରେସ୍ରେ ଏହି ଟାବ୍ଲେଟ୍ ଅପରେଟର୍ ଫୁଡ୍ ଭେଣ୍ଡିଂ ମେସିନ ଲଗାଯାଇଛି। ଏହି ମେସିନ୍ରେ ମୁଖ୍ୟତଃ ସ୍ନାକ୍ସ ଉପଲବ୍ଧ ହେବ। ଏଥିରେ ବିସ୍କୁଟ୍, ଚିପ୍ସ, ମୃଦ୍ୟୁ ପାନୀୟ, ଚା’ ଓ କଫି ଆଦି ମିଳିବ।
ଏହି ଟ୍ରେନ୍ରେ ଖାଲି ଫୁଡ୍ ଭେଣ୍ଡିଂ ମେସିନ ନୁହେଁ ବରଂ ଓ୍ଵାଇ-ଫାଇ, ଜିପିଏସ୍ ଆଦି ସୁବିଧା ମଧ୍ୟ ଉପଲବ୍ଧ। ରେଳ ମଧ୍ୟରେ ପ୍ରସସ୍ଥ ଡାଇନିଂ ସ୍ପେସ୍ ମଧ୍ୟ ରହିଛି। ଏ ସଂପର୍କରେ ରେଳ ମନ୍ତ୍ରାଳୟ ପକ୍ଷରୁ ମାଇଗ୍ରୋ ବ୍ଲଗିଂ ସାଇଟ୍ ଟୁଇଟରରେ ସୂଚନା ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ନିକଟରେ ରେଳ ମଧ୍ୟରେ ଓ ପ୍ଲାଟ୍ଫର୍ମରେ ମିଳୁଥିବା ଖାଦ୍ୟ ପାନୀୟ ସଂପର୍କିତ ଏକ ଦର ସୂଚୀ ରେଳବାଇ ପକ୍ଷରୁ ଜାରି କରାଯାଇଛି।
Follow Us