ସବୁଠାରୁ ବଡ଼ ନିଯୁକ୍ତି ଅଭିଯାନ: ୯୦ ହଜାର ଆଶାୟୀଙ୍କୁ ଚାକିରି ଯୋଗାଇବ ଭାରତୀୟ ରେଳ

Advertisment
ସବୁଠାରୁ ବଡ଼ ନିଯୁକ୍ତି ଅଭିଯାନ: ୯୦ ହଜାର ଆଶାୟୀଙ୍କୁ ଚାକିରି ଯୋଗାଇବ ଭାରତୀୟ ରେଳ

ନୂଆଦିଲ୍ଲୀ: ଭାରତୀୟ ରେଳ ଏବେ ଏକ ବିରାଟ ନିଯୁକ୍ତି ଅଭିଯାନ ଆରମ୍ଭ କରିଛି। ୮୯,୫୦୦ ଖାଲି ଥିବା ପଦ ଭରିବାର ଯୋଜନା କରି ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ରେଳ। ଏହାକୁ ଦୁନିଆର ସବୁଠାରୁ ବଡ଼ ନିଯୁକ୍ତି ଅଭିଯାନ ବୋଲି କୁହାଯାଉଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ରେଳବାଇ ପଦ ଭରିବା ପ୍ରକ୍ରିୟା ଆରମ୍ଭ କରି ସାରିଲାଣି। ଏହି ପ୍ରକ୍ରିୟାରେ ଲୋକ ପାଇଲଟ ଓ ସହାୟକ ଲୋକ ପାଇଲଟରୁ ନେଇ ଟେକ୍‌ନିସିଆନ୍‌, ଗ୍ୟାଙ୍କ୍‌ମ୍ୟାନ୍‌, ସୁଇଚ୍‌ ମ୍ୟାନ୍‌, ଟ୍ରାକ୍‌ ମ୍ୟାନ୍‌, କ୍ୟାବିନ୍‌ ମ୍ୟାନ୍‌ ଆଦି ପଦ ସାମିଲ୍‌ ରହିଛି। ମ୍ୟାଟ୍ରିକ୍‌ ପାସ୍‌ରୁ ନେଇ ଇଞ୍ଜିନିୟରିଂ ପାସ୍‌ କରିଥିବା ପ୍ରାୟ ଏକ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଚାକିରି ଯୋଗାଇବାକୁ ରେଳ ମନ୍ତ୍ରୀ ପିୟୁଷ ଗୋୟଲ୍‌ ଯୋଜନା କରିଛନ୍ତି। ଏନ୍‌ଡିଏ ସରକାରଙ୍କ ସମୟରେ ଏତେ ପରିମାଣର ଚାକିରି ପାଇଁ କେବେ ନିଯୁକ୍ତି ବିଜ୍ଞାପନ  ବାହାରି ନଥିଲା। ଏହା ଏବେ ଖୁବ୍‌ ଚର୍ଚ୍ଚା ପାଲଟିଛି।

publive-image

ରିପୋର୍ଟ ଅନୁସାରେ, ଭବିଷ୍ୟତରେ ଭାରତୀୟ ରେଳ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରୀ ପିୟୁଷ ଗୋୟଲ୍‌ ଏପରି ନିଷ୍ପତ୍ତି ନେଇଛନ୍ତି। ରେଳବାଇର ଜଣେ ଅଧିକାରୀଙ୍କ କହିବା ମୁତାବକ, ଭାରତୀୟ ରେଳରୁ ପ୍ରତିବର୍ଷ ୪୦ ରୁ ୪୫ ହଜାର କର୍ମଚାରୀ ଅବସର ନେଉଛନ୍ତି। ତେଣୁ
ଭାରତୀୟ ରେଳ ସୁରକ୍ଷାକୁ ନେଇ କୌଣସି ସାଲିସ୍‌ କରାଯିବା ଉଚିତ ନୁହେଁ। ଅବଶ୍ୟ ଏହି ନିଯୁକ୍ତି ପ୍ରକ୍ରିୟା ହେତୁ ରେଳବାଇ ଉପରେ ଅତିରିକ୍ତ ୪୦୦୦ କୋଟି ଟଙ୍କାର ବୋଝ ଭାର ବଢ଼ିବ। ହସ୍ତଗତ ହୋଇଥିବା ସୂଚନା ମୁତାବକ, ୨୦୧୬-୧୭ରେ ରେଳବାଇର ଷ୍ଟାଫ୍‌ ଖର୍ଚ୍ଚ ଥିଲା ୬୯, ୭୧୩.୨୨ କୋଟି ଟଙ୍କା। ୨୦୧୭-୧୮ରେ ଏହା ବର୍ଦ୍ଧିତ ହୋଇ ୭୨,୭୦୫.୫୭ କୋଟି ହୋଇଥିବା ବେଳେ ୨୦୧୮-୧୯ରେ ଏହା ୭୬,୪୫୧.୮୯ କୋଟି ଟଙ୍କା ହେବ ବୋଲି ଅନୁମାନ ଲଗାଯାଉଛି।

publive-image

ଏହି ନିଯୁକ୍ତି ପ୍ରକ୍ରିୟାରେ ଭାରତୀୟ ରେଳ ଘୋଷଣା କରିଥିବା ନିମ୍ନତମ ଯୋଗ୍ୟତା ଏବଂ ବୟସକୁ ନେଇ ବିବାଦ ଉପୁଜିଛି। ଭାରତୀୟ ରେଳ ଟ୍ରାକ୍‌ମ୍ୟାନ୍‌ ଏବଂ ହେଲ୍‌ପର୍‌ ପଦ ପାଇଁ ଆଇଟିଆଇ ଯୋଗ୍ୟତା ଅନିବାର୍ଯ୍ୟ ଘୋଷଣା କରିଛି। ମାତ୍ର ବିରୋଧ ହେବା ପରେ ଏହି ସର୍ତ୍ତକୁ ଉଠାଇ ଦିଆଯାଇଛି। ସବୁ ବର୍ଗର ଆଶାୟୀଙ୍କୁ ୨ ବର୍ଷ ବୟସ ଛାଡ଼ କରାଯିବ ବୋଲି ମଧ୍ୟ ଘୋଷଣା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe