୫ ବର୍ଷରେ ରେଳବାଇରେ ମିଳିବ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି: ପିୟୂଷ ଗୋଏଲ୍‌

Advertisment
୫ ବର୍ଷରେ ରେଳବାଇରେ ମିଳିବ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି: ପିୟୂଷ ଗୋଏଲ୍‌

ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୧୫୦ ବିଲିୟନ୍‌ ଡଲାର ନିବେଶ କରାଯାଇ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ରବିବାର ରେଳ ମନ୍ତ୍ରୀ ପିୟୂଷ ଗୋଏଲ୍‌ ଘୋଷଣା କରିଛନ୍ତି। ଚଳିତବର୍ଷ ଅଗଷ୍ଟ ମାସରେ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ନୂଆ କରି ରେଳ ମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବା ଗୋଏଲ କହିଛନ୍ତି ଜାତୀୟ ପରିବହନକୁ ଏକ ‘ନୂତନ ଦିଗ୍‌ଦର୍ଶନ’ ଦେବା ପାଇଁ ସେ ଉଦ୍ୟମରତ। ରେଳଲାଇନ୍‌କୁ ବିଦ୍ୟୁତ୍‌କରଣ କରିବା ବାବଦରେ ଦଶ ବର୍ଷର କାମକୁ ଚାରି ବର୍ଷରେ ନିଜର ମନ୍ତ୍ରାଳୟ କରିପାରିଛି ବୋଲି ଗୋଏଲ କହିଛନ୍ତି। ଏହା ଦ୍ୱାରା ରେଳବାଇର ୩୦ ପ୍ରତିଶତ କ୍ଷତି ବଞ୍ଚିଛି।

ଏହି ବିଦ୍ୟୁତ୍‌କରଣ ଦ୍ୱାରା ଜାତୀୟ ପରିବହନ ବର୍ଷକୁ ୧୦,୦୦୦ କୋଟି ଟଙ୍କାର ଜାଲେଣି ଖର୍ଚ୍ଚ ବଞ୍ଚାଇ ପାରିବ ବୋଲି ଗୋଏଲ ମତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ଗୋଏଲ୍‌ ଘୋଷଣା କରିଥିଲେ ଯେ ୧୨ ମାସ ମଧ୍ୟରେ ରେଳବାଇ ପକ୍ଷରୁ ୧୦ ଲକ୍ଷ ଚାକିରି ପ୍ରଦାନ କରାଯିବ।

publive-image

୨୦୧୫ ମସିହାରେ ପୂର୍ବତନ ରେଳବାଇ ମନ୍ତ୍ରୀ ସୁରେଶ ପ୍ରଭୁ କହିଥିଲେ ଯେ ରେଳବାଇ ଆଗାମୀ ୫ ବର୍ଷ ମଧ୍ୟରେ ୮.୫ ଟ୍ରିଲିୟନ୍‌ ଅର୍ଥ ନିବେଶ ଆବଶ୍ୟକ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe