ଅତି ଦ୍ରୁତଗାମୀ ଟ୍ରେନ୍‌ରୁ ନନ୍-ଏସି ସ୍ଲିପର୍ କୋଚ୍ ହଟାଯାଇ କେବଳ ଏସି କୋଚ୍ ଲାଗିବ: ରେଳ ମନ୍ତ୍ରାଳୟ

Advertisment
ଅତି ଦ୍ରୁତଗାମୀ ଟ୍ରେନ୍‌ରୁ ନନ୍-ଏସି ସ୍ଲିପର୍ କୋଚ୍ ହଟାଯାଇ କେବଳ ଏସି କୋଚ୍ ଲାଗିବ: ରେଳ ମନ୍ତ୍ରାଳୟ

Image Courtesy of Hindustan Times

ନୂଆଦିଲ୍ଲୀ: ଅତି ଦ୍ରୁତଗାମୀ ନେଟ୍‌ୱାର୍କକୁ ଉନ୍ନତ କରିବା ନିମନ୍ତେ ଭାରତୀୟ ରେଳବାଇ ସର୍ବାଧିକ ଘଣ୍ଟାପ୍ରତି ୧୩୦ କି‌ଲୋମିଟର୍‌ର ଏବଂ ତା’ଠାରୁ ଅଧିକ ବେଗରେ ଗତି କରୁଥିବା ସ୍ପେସାଲ ଏୟାର୍‌-କଣ୍ଡିସନ୍‌ଡ୍‌ କୋଚ୍‌ଗୁଡ଼ିକର ଆଧୁନିକିକରଣ କରିବ ବୋଲି ରବିବାର ଦିନ ରେଳ ମନ୍ତ୍ରାଳୟ କହିଛି। ତେଣୁ, ଅତି ଦ୍ରୁତଗାମୀ ଟ୍ରେନ୍‌ରେ ଥିବା ନନ୍-ଏସି ସ୍ଲିପର୍ କୋଚ୍ ସ୍ଥାନରେ କେବଳ ଏସି କୋଚ୍ ଲାଗିବ।

ଉପରୋକ୍ତ ଟ୍ରେନ୍‌ଗୁଡ଼ିକରେ ଆଦୌ ସ୍ଲିପର୍ କୋଚ୍ ରହିବ ନାହିଁ। ଏହି ନିଷ୍ପତ୍ତି କେବଳ ଅତି ଦ୍ରୁତଗାମୀ ଟ୍ରେନ୍‌ଗୁଡ଼ିକ ପ୍ରତି ପ୍ରଯୁଜ୍ୟ ବୋଲି ମଧ୍ୟ ରେଳ ମନ୍ତ୍ରାଳୟ ସ୍ପଷ୍ଟ କରିଛି। କିନ୍ତୁ, ସର୍ବାଧିକ ୧୧୦ କିଲୋମିଟର ବେଗରେ ଗତି କରୁଥିବା ମେଲ୍‌ ଓ ଏକ୍ସପ୍ରେସ୍ ଟ୍ରେନ୍‌ଗୁଡ଼ିକ ପୂର୍ବଭଳି ସ୍ଲିପର୍‌ କୋଚ୍‌ ସହ ଚଳାଚଳ କରିବ।

publive-image Image Courtesy of Taazakhabaronline

ରେଳବାଇର ଜଣେ ମୁଖପାତ୍ର କହିଛନ୍ତି, ଯେଉଁଠି ଟ୍ରେନ୍‌ର ଘଣ୍ଟାପ୍ରତି ବେଗ ୧୩୦ କିଲୋମିଟର୍‌ରୁ ଅଧିକ ସେଠାରେ ଏସି କୋଚ୍ ବାସ୍ତବ ଆବଶ୍ୟକତା ହୋଇଗଲାଣି। ଅତି ଦ୍ରୁତଗାମୀ ଟ୍ରେନ୍‌ ଚଳାଚଳ ହେବାକୁ ଥିବା ରେଳବାଇ ନେଟ୍‌ୱାର୍କଗୁଡ଼ିକୁ ଉନ୍ନତ କରିବାକୁ ଭାରତୀୟ ରେଳବାଇ ଏକ ବ୍ୟାପକ ଯୋଜନା ଉପରେ କାର୍ଯ୍ୟ କରୁଛି। ଘଣ୍ଟାପ୍ରତି ୧୩୦ ରୁ ୧୬୦ କିଲୋମିଟର୍‌ ବେଗରେ ଟ୍ରେନ୍ ଚଳାଚଳ ନିମନ୍ତେ ସ୍ବର୍ଣ୍ଣିମ ଚତୁର୍ଭୁଜ ଏବଂ ତ୍ରିଭୁଜରେ ଥିବା ରେଳଧାରଣା ସବୁକୁ ଉନ୍ନତ କରାଯାଉଛି। ଏହି ଅତି ଦ୍ରୁତଗାମୀ ଟ୍ରେନ୍‌ରେ ଥିବା ନନ୍-ଏସି ସ୍ଲିପର୍ କୋଚ୍ ସ୍ଥାନରେ କେବଳ ଏସି କୋଚ୍ ଲାଗିବ।

ଏହି ନୂତନ ଏସି କୋଚ୍‌ଗୁଡ଼ିକ ହମ୍‌ସଫର୍‌ ଟ୍ରେନ୍‌ର ଏସି-୩ ଚେୟାର୍ କାର୍‌ କୋଚ୍ ଭଳି। କପୁରତାଲାରେ ଥିବା ରେଳ ଡବା କାରଖାନାରେ ଏହି ନୂତନ ଏସି କୋଚ୍‌ର ‘ପ୍ରୋଟୋଟାଇପ୍’ ତିଆରି ଚାଲିଛି। ଅଳ୍ପ କେତେ ସପ୍ତାହ ମଧ୍ୟରେ ତାହା ପ୍ରସ୍ତୁତ ‌ହୋଇଯିବ।

ସମ୍ପ୍ରତି ଅଧିକାଂଶ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍‌ ଘଣ୍ଟାପ୍ରତି ସର୍ବଧିକ ୧୧୦ କିଲୋମିଟର ବେଗରେ ଚଳାଚଳ କରୁଛନ୍ତି। ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତ ଭଳି ପ୍ରିମିୟମ୍ ଟ୍ରେନ୍‌ ସବୁ ସ୍ବର୍ଣ୍ଣିମ ଚତୁର୍ଭୁଜ ଏବଂ ତ୍ରିଭୁଜର କେତେକ ଅଞ୍ଚଳରେ ଘଣ୍ଟାପ୍ରତି ୧୨୦ କିଲୋମିଟର୍‌ ବେଗରେ ଚଳାଚଳ କରିବାକୁ ଅନୁମତି ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe