ୱେଟିଂ ଲିଷ୍ଟ୍‌ ବ୍ୟବସ୍ଥା ବନ୍ଦ କରିବ ରେଳବାଇ

ୱେଟିଂ ଲିଷ୍ଟ୍‌ ବ୍ୟବସ୍ଥା ବନ୍ଦ କରିବ ରେଳବାଇ

The Federal

ନୂଆଦିଲ୍ଲୀ: ସମସ୍ତ ରେଳ ଯାତ୍ରୀଙ୍କ ଟିକଟ କନଫର୍ମ ହେବ। କେହି ୱେଟିଂ ଲିଷ୍ଟ୍‌ରେ ରହିବେ ନାହିଁ। ରେଳବାଇ ପ୍ରସ୍ତୁତ କରିଥିବା ଜାତୀୟ ରେଳ ଯୋଜନା ୨୦୩୦ରେ ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୱେଟିଂ ଲିଷ୍ଟ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହେବ। ଚାହିଦା ଭିତ୍ତିରେ ଯାତ୍ରୀଙ୍କ ପାଇଁ ରେଳ ଚଲାଇବା ଉପରେ ବିଚାର କରାଯାଉଛି। ଯେଉଁ ରୁଟ୍‌ରେ ଯେଉଁଭଳି ଚାହିଦା ରହିବ ସେହି ଅନୁସାରେ ଟ୍ରେନ୍ ଚାଲିବ। ସମସ୍ତଙ୍କୁ କନ୍‌ଫର୍ମ ଟିକଟ ଦିଆଯିବ। ଫଳରେ ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ସିଟ୍‌କୁ ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ।

ଏହି ମହତ୍ବକାଂକ୍ଷୀ ଯୋଜନାରେ ମାଲ୍ ପରିବହ ଓ ରାଜସ୍ବ ବଢ଼ାଇବା ଲାଗି ମଧ୍ୟ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦେଶରେ ‌‌ଯେତିକି ମାଲ୍‌ ପରିବହନ ହେଉଛି ତାହାର ୪୭% ଭାଗ ରେଳ ଜରିଆରେ ପରିବହନ କରାଯିବ। ୨୦୩୦ ସୁଦ୍ଧା ରେଳବାଇ ପକ୍ଷରୁ ଆଉ ୪ଟି ଡେଡିକେଟେଡ୍ ଫ୍ରେଟ୍‌ କରିଡର୍‌ ନିର୍ମାଣ କରାଯିବ। ଘରୋଇ ସରକାରୀ ସହଭାଗିତା (ପିପିପି) ମୋଡ୍‌ରେ ତାହା କାର୍ଯ୍ୟକାରୀ ହେବ। ଇସ୍ପାତ, ଲୁହା ପଥର, ବୟନ ଓ ଅଟୋମୋବାଇଲ୍ କ୍ଷେତ୍ରର ବଡ଼ ବଡ଼ ସଂସ୍ଥାକୁ ଆକୃଷ୍ଟ କରିବାକୁ ରେଳବାଇ ଲକ୍ଷ୍ୟ ରଖିଛି। ରେଳ ବୋର୍ଡର ଅଧ୍ୟକ୍ଷ ଓ ସିଇଓ ଭି କେ ଯାଦବ କହିଛନ୍ତି ଯେ ଆମେ ଦୁଇ ବର୍ଷ ଧରି ଏହି ଯୋଜନାକୁ ତିଆରି କରୁଛୁ। ଏହା ପ୍ରସ୍ତୁତ ହୋଇଯାଇଛି ଓ ଖୁବ୍‌ଶୀଘ୍ର ଏହା ଉପରେ ଅଂଶୀଦାର ଓ ସର୍ବସାଧାରଣଙ୍କ ମତାମତ ଲୋଡ଼ାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe