ରେଳବାଇର ଘରୋଇକରଣ ହେବନି: ମନ୍ତ୍ରୀ

Advertisment

ଏୟାର ଇଣ୍ଡିଆ ବିକିଦେଲେ, ରେଳବାଇକୁ ବି ବିକିଦେବେ: ବିରୋଧୀ

ଏୟାର ଇଣ୍ଡିଆ ବିକିଦେଲେ, ରେଳବାଇକୁ ବି ବିକିଦେବେ: ବିରୋଧୀ

ରେଳବାଇର ଘରୋଇକରଣ ହେବନି: ମନ୍ତ୍ରୀ

ନୂଆଦିଲ୍ଲୀ: ରେଳବାଇର ଘରୋଇକରଣ କରିବାର କୌଣସି ଯୋଜନା ନାହିଁ ବୋଲି ଲୋକସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି। ସଂସଦରେ ଆଲୋଚନା ବେଳେ ସେ କହିଛନ୍ତି ଯେ ରେଳ ଧାରଣାଗୁଡ଼ିକର ମାଲିକ କିଏ? ସେଗୁଡ଼ିକ ହେଉଛି ଭାରତୀୟ ରେଳର। ତାହାର ମାଲିକାନା ରେଳବାଇ ପାଖରେ ରହିଛି। ଉପରେ ଝୁଲୁଥିବା ତାର ଗୁଡ଼ିକର ମାଲିକ କିଏ? ସେଗୁଡ଼ିକ ମଧ୍ୟ ରେଳବାଇର। ଟ୍ରେନ କୋଚ୍‌ଗୁଡ଼ିକର ମାଲିକ ମଧ୍ୟ ରେଳବାଇ। ସିଗ୍‌ନାଲ୍ ବ୍ୟବସ୍ଥାର ମାଲିକ ମଧ୍ୟ ରେଳବାଇ। ଏହାର ଘରୋଇକରଣର ପ୍ରଶ୍ନ ଉଠୁନାହିଁ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ରେଳବାଇ ଘରୋଇକରଣକୁ ନେଇ ସରକାର ନିଜର ସ୍ଥିତି ସ୍ପଷ୍ଟ କରନ୍ତୁ ବୋଲି ଗତକାଲି ବିରୋଧୀ ଦଳଗୁଡ଼ିକର କିଛି ସଦସ୍ୟ ସଂସଦରେ ଦାବି କରିଥିଲେ। ଆଜି ତାହା ଉପରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ ଘରୋଇକରଣକୁ ନେଇ କେଉଁଠାରେ କିଛି ବି ଆଲୋଚନ ହେଉନାହିଁ। କିଛି ସଦସ୍ୟ କହୁଛନ୍ତି କିଛି ମାଲବାହୀ ଟ୍ରେନ୍‌ର ଘରୋଇକରଣ କରାଯିବ। କିନ୍ତୁ, ବାସ୍ତବରେ ସେଭଳି କୌଣସି ଯୋଜନା ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଘରୋଇକରଣକୁ ନେଇ ସରକାରଙ୍କ ସ୍ପଷ୍ଟ ନୀତି ରହିଛି। ସେଥିରେ ରେଳକୁ ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ବର୍ଗରେ ରଖାଯାଇଛି ଏବଂ ତାହାର ସାମାଜିକ ଦାୟିତ୍ବ ମଧ୍ୟ ରହିଛି। ସାମାଜିକ ଦାୟିତ୍ବ ଓ ବାଣିଜ୍ୟିକ ଦୃଷ୍ଟିରୁ ରେଳବାଇର ଘରୋଇକରଣ ହେବ ନାହିଁ। ସେଭଳି କିଛି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି। ନିଯୁକ୍ତି ଉପରେ କୌଣସି ନିଷେଦ୍ଧାଦେଶ ଲଗାଯାଇନାହିଁ। ୧.୪ ଲକ୍ଷ ଖାଲି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି।

ଗତକାଲି ସଂସଦରେ କଂଗ୍ରେସର ମୁଖ୍ୟ ସଚେତନ କୋଡିକୁନିଲ ସୁରେଶ ଅଭିଯୋଗ କରିଥିଲେ ଯେ ରେଳବାଇର ଠିକ୍ ଭାବେ ପରିଚାଳନା କରାଯାଉନାହିଁ। ପାଣ୍ଠି ଦେବା ଲାଗି କୁଣ୍ଠା ପ୍ରକାଶ କରାଯାଉଛି। ଏୟାର ଇଣ୍ଡିଆକୁ ବିକ୍ରି କରିଦେଲେ। ଏହା ପରେ ରେଳବାଇକୁ ବି ଏହି ସରକାର ବିକ୍ରି କରିବ। ଖୁବ୍‌ଶୀଘ୍ର ଏହା ବିକ୍ରି ହେବ ବୋଲି ସେ କହିଥିଲେ। ରେଳବାଇ ଭାରତ ସରକାରଙ୍କ ଅଧୀନରେ ରହିବ ନା ଆଦାନି କିମ୍ବା ଅମ୍ବାନି ଗ୍ରୁପ୍ ଅଧୀନକୁ ଚାଲିଯିବ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଡିଏମ୍‌କେ ସାଂସଦ କାନିମୋଝି କରୁଣାନିଧି ମଧ୍ୟ ବିତର୍କରେ ଯୋଗ ଦେଇ ଲାଭଦାୟକ ଏସି ଟ୍ରେନ୍‌ଗୁଡ଼ିକୁ ଚଲାଇବା ଲାଗି ଘରୋଇ କଂପାନିଗୁଡ଼ିକ ଦାୟିତ୍ବ ଦେବା ପଛର ଉଦ୍ଦେଶ୍ୟ ଜାଣିବାକୁ ଚାହିଥିଲେ। ପ୍ଲାଟଫର୍ମ ଟିକଟ ଦାମ୍ ୫୦ ଟଙ୍କାରୁ ସ୍ବାଭାବିକ ସ୍ତରକୁ ହ୍ରାସ କରାଯାଉ ବୋଲି ତୃଣମୂଳ କଂଗ୍ରେସ ସଦସ୍ୟ ଶତାବ୍ଦୀ ରାଓ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe