ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ମୁଖ୍ୟ ପଦ ଦୌଡ଼ରେ ରାଜନ

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖା ସ୍ଥାନାନ୍ତର

ଲଣ୍ଡନ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବ୍ୟାଙ୍କ ଅଫ୍‌ ଇଂଲଣ୍ଡ୍‌ର ମୁଖ୍ୟ ହୋଇପାରନ୍ତି। ତାଙ୍କୁ ନାମକୁ ନେଇ ଜୋରସୋର ଚର୍ଚା ଚାଲିଛି। ବ୍ୟାଙ୍କ ଅଫ୍‌ ଇଂଲଣ୍ଡ୍‌ର ଗଭର୍ଣ୍ଣର ଭାବେ ମାର୍କ କାର୍ନେ ୨୦୧୯ ପର୍ଯ୍ୟନ୍ତ କାମ କରିବେ। ଏବେଠାରୁ ତାଙ୍କ ଉତ୍ତରାଧିକାରୀ ସନ୍ଧାନ ଆରମ୍ଭ ହୋଇଯାଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ନିକଟରେ ଶେଷ ହୋଇଥିବା ବୈଠକରେ ଯୋଗ ଦେଇଥିବା ଅର୍ଥନୀତିଜ୍ଞଙ୍କ ଉପରେ ଇଂଲଣ୍ଡ ନଜର ରଖିଥିଲା। ୨୦୧୩ରୁ ୨୦୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜନ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାମ କରିଥିଲେ। ଏବେ ସେ ଚିକାଗୋ ବିଶ୍ୱବିଦ୍ୟାଳୟର ବୁଥ୍‌ ସ୍କୁଲ୍‌ ଅଫ୍‌ ଇକୋନମିକ୍ସର ପ୍ରଫେସର ଭାବେ କାମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe