ପିଏଲ୍‌ଆଇ ସ୍କିମ୍‌କୁ ନେଇ ପ୍ରଶ୍ନ ଉଠାଇଲେ ରାଜନ: ‘ଭାରତରେ ମୋବାଇଲ୍‌ ତିଆରି ହେଉନି, ଆସେମ୍ବଲ ହେଉଛି’

ଦ୍ରୁତ ଗତିରେ ଦୌଡ଼ୁଥିବା ଭାରତ ଏକ ଗରିବ ଦେଶ: ରାଜନ

Rediffmail

ନୂଆଦିଲ୍ଲୀ: ଭାରତରୁ ହେଉଥିବା ବିପୁଳ ମୋବାଇଲ୍‌ ରପ୍ତାନି ଉପରେ ଭାରତୀୟ ରିଜର୍ଭ ବ‌୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଭାରତରେ ଫୋନ୍ ତିଆରି ହେଉନାହିଁ। ବାହାରୁ ବିଭିନ୍ନ ଉପକରଣ ଆଣି ସେଗୁଡ଼ିକରୁ ଏଠାରେ କେବଳ ଆସେମ୍ବଲ କରାଯାଉଛି। ଭାରତରେ ବାସ୍ତବରେ ଫୋନ୍ ତିଆରି ହେଉନଥିବା ସେ କହିଛନ୍ତି। ଫୋନ୍ ଉତ୍ପାଦନ ଲାଗି ସରକାର ଆଣିଥିବା ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ଏହି ସ୍କିମ୍‌ରେ କେବଳ ଚୂଡ଼ାନ୍ତ ଉତ୍ପାଦ ଉପରେ ସରକାର ସବ୍‌ସିଡି ଦେଉଛନ୍ତି। ମାନୁଫାକ୍‌ଚରିଂ (ବିନିର୍ମାଣ)କୁ ଏଥିପାଇଁ ବିଚାରକୁ ନିଆଯାଉନାହିଁ। ଫୋନ୍‌ରେ ଲାଗୁଥିବା ବିଭିନ୍ନ ପ୍ରକାର ଜିନିଷକୁ ବାହାରୁ ଆଣି ଫୋନ୍‌କୁ ତିଆରି କରାଯାଉଛି। ତେଣୁ ବାସ୍ତବରେ ରପ୍ତାନିରେ ବୃଦ୍ଧି ହେଉଥିବା କୁହାଯାଇପାରିବନି ବୋଲି ରାଜନ କହିଛନ୍ତି। କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ଓ କେତେ ମୂଲ୍ୟ ଯୋଗ ହୋଇଛି ତା‌ହାକୁ ନେଇ ସ୍କିମ୍‌ର ସମୀକ୍ଷା ଦେବା ଦରକାର ବୋଲି ସେ କହିଛନ୍ତି।

ମୋବାଇଲ୍‌ ଫୋନ୍ ପାଇଁ ଟିକସରେ ସୁବିଧା ସହିତ ପିଏଲ୍‌ଆଇ ସ୍କିମ୍‌ର ଲାଭ ପ୍ରଦାନ କରିବାର ପାଞ୍ଚ ବର୍ଷ ପରେ ମଧ୍ୟ ଫୋନ୍‌ରେ ବ୍ୟବହାର ହେଉଥିବା ଅତି ଛୋଟ ଜିନିଷକୁ କାହିଁକି ଭାରତରେ ତିଆରି କରାଯାଇପାରିନାହିଁ ତାହାକୁ ପ୍ରଥମେ ବୁଝିବା ଲାଗି ପ୍ରୟାସ ହେବା ଦରକାର ବୋଲି ରାଜନ କହିଛନ୍ତି। ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ) ନିୟମ ଅନୁସାରେ ମୂଲ୍ୟ ଯୋଗକୁ ପିଏଲ୍‌ଆଇ ସ୍କିମ୍‌ ସହ ଯୋଡ଼ାଯାଇପାରିବ ନାହିଁ। ସେହି ଦୃଷ୍ଟିରୁ ଦେଖିଲେ ପିଏଲ୍‌ଆଇ ସ୍କିମ୍‌କୁ ବିଫଳ କୁହାଯିବ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ମୋବାଇଲ ଫୋନ୍ ପ୍ରୋସେସର ତିଆରି କରିବା ପଥରେ ରହିଥିବା ବାଧା ଦୂର କରିବା ଲାଗି ଭାରତ ପ୍ରୟାସ କରିବା ଉଚିତ ବୋଲି ସେ କହିଛନ୍ତି। ୨୦୨୧-୨୨ରେ ଭାରତରୁ ୪୫ ହଜାର କୋଟି ଟଙ୍କାର ମୋବାଇଲ୍ ଫୋନ୍ ରପ୍ତାନି ହୋଇଥିବା ବେଳେ ୨୦୨୨-୨୩ରେ ତାହା ୯୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe