ମଧ୍ୟବିତ୍ତଙ୍କୁ ନେଇ ରାଜନଙ୍କ ଚିନ୍ତା: ଚାକିରିର ଘୋର ଅଭାବ

Advertisment

ବଜେଟ୍‌ ପୂର୍ବରୁ ମଧ୍ୟବିତ୍ତଙ୍କୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଚିନ୍ତା ପ୍ରକଟ କରିଛନ୍ତି। ଭାରତରେ ଉପଯୋଗିତାରେ ‌ସେଭଳି କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ।

ବଜେଟ୍‌ ପୂର୍ବରୁ ମଧ୍ୟବିତ୍ତଙ୍କୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଚିନ୍ତା ପ୍ରକଟ କରିଛନ୍ତି। ଭାରତରେ ଉପଯୋଗିତାରେ ‌ସେଭଳି କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ।

ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ ବିଶ୍ୱ ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ : ରାଜନ

ନୂଆଦିଲ୍ଲୀ: ବଜେଟ୍‌ ପୂର୍ବରୁ ମଧ୍ୟବିତ୍ତଙ୍କୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଚିନ୍ତା ପ୍ରକଟ କରିଛନ୍ତି। ଭାରତରେ ଉପଯୋଗିତାରେ ‌ସେଭଳି କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ନିଯୁକ୍ତି ଅଭାବରୁ ନିମ୍ନ ମଧ୍ୟବିତ୍ତ ବର୍ଗ ପ୍ରଭାବିତ ହୋଇଛନ୍ତି। ସେହି ସମସ୍ୟା ଦୀର୍ଘଦିନରୁ ଜାରି ରହିଛି ‌ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଭାରତରେ ଚାହିଦା ଓ ଯୋଗାଣ ଚିନ୍ତାଜନକ ରହିଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ମୂଳ ସତ୍ୟକୁ ବଦଳାଇପାରିବ ନାହିଁ। ଭାରତକୁ ନେଇ ରହିଥିବା ବଡ଼ ଚିନ୍ତାଟି ହେଉଛି, ସେଠାରେ କେବଳ ସ୍ବଚ୍ଛଳ ବର୍ଗରେ ଯୋଗାଣ ଓ ଚାହିଦା ବଢ଼ୁଛି। କିନ୍ତୁ ନିମ୍ନ ମଧ୍ୟବିତ୍ତ ବର୍ଗଙ୍କ ସ୍ଥିତି ବଦଳୁନାହିଁ। ସେମାନଙ୍କ ପାଇଁ ଆବଶ୍ୟକ ଚାକିରି ନାହିଁ। ‌

ସେହି ସମସ୍ୟା ଆଗରୁ ଥିଲା ଓ ଏବେବି ରହିଛି। ଦେଶର ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ହେଲେ କେବଳ ସରକାରୀ ନିବେଶ ଯଥେଷ୍ଟ ନୁହେଁ। ଘରୋଇ କ୍ଷେତ୍ରକୁ ବିକାଶ ପ୍ରକ୍ରିୟାରେ ସାମିଲ କରିବାକୁ ହେବ ବୋଲି ସେ କହିଛନ୍ତି। ଦେଶର ଅଭିବୃଦ୍ଧି ଉପରେ ଜୋର ଦେଇ ରାଜନ କହିଛନ୍ତି ଯେ ଅଭିବୃଦ୍ଧି ହାର ୬ ପ୍ରତିଶତରେ ସ୍ଥିର ହୋଇଯାଇଥିବା ଭଳି ଲାଗୁଛି। କିନ୍ତୁ ଏତେ ବଡ଼ ଜନସଂଖ୍ୟାର ଦେଶ ହୋଇଥିବାରୁ ତାହା ଯଥେଷ୍ଟ ନୁହେଁ। ଏହାକୁ ଆହୁରି ବଢ଼ାଇବାକୁ ହେବ। ଜନସଂଖ୍ୟାର ଲାଭ ଉଠାଇବାକୁ ହେବ ବୋଲି ସେ କହିଛନ୍ତି। କିଛି ଦିନ ପରେ ଉପସ୍ଥାପନ ହେବାକୁ ଯାଉଥିବା ୨୦୨୫-୨୬ ବଜେଟ୍‌ ସାଧାରଣ ଜନତାଙ୍କ ଲାଗି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି। କାରଣ ପ୍ରାୟ ସବୁ ଅର୍ଥନୀତିଜ୍ଞ ଲୋକଙ୍କ ହାତରେ ଟଙ୍କା ପହଞ୍ଚାଇବା ଉପରେ ଜୋର ଦେଇଛନ୍ତି। ବ୍ୟକ୍ତିଗତ ଆୟକର ହ୍ରାସ କରିବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି। ଲୋକମାନେ ଅଧିକ ଖର୍ଚ୍ଚ କଲେ ହିଁ ଅର୍ଥନୀତି ଆଗକୁ ବଢ଼ିବ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe