ପ୍ରଶଂସା ପରେ ରାଜନଙ୍କ ସମାଲୋଚନା

Advertisment
ମୋର ରାଜନୈତିକ ଅଭିଳାଷ ନାହିଁ: ରାଜନ

ନୂଆଦିଲ୍ଲୀ: ଶ୍ରୀଲଙ୍କା ସଙ୍କଟ ସହ ଭାରତକୁ ତୁଳନା କରାଯାଇପାରିବ ନାହିଁ ବୋଲି କହି ସରକାରଙ୍କୁ ପ୍ରଶଂସା କରିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ପୁଣି ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏକ ଟିଭି ସାକ୍ଷାତକାରରେ ସେ କହିଛନ୍ତି ଯେ ଏକ ଅର୍ଥନୀତିର ସବୁଠୁ ବଡ଼ କାମ ହେଉଛି ନିଯୁକ୍ତି ସୃଷ୍ଟି କରିବା। ଭାରତୀୟ ଅର୍ଥନୀତି ସେହି କାମ କରିପାରୁନାହିଁ। ଭାରତର ଗଣତନ୍ତ୍ର ୧୦ ବର୍ଷ ପୂର୍ବେ ଯେତିକି ଉଦାର ଥିଲା ଏବେ ସେତିକି ନାହିଁ ବୋଲି ସେ କହିଛନ୍ତି। ବିଜେପି ସରକାରଙ୍କ ଉପରେ ମତ ରଖି ସେ କହିଛନ୍ତି ଯେ ଯେଉଁମାନେ ସବୁ ବେଳେ ତାଳି ବଜାଉଛନ୍ତି କେବଳ ସେମାନେ ହିଁ ଠିକ୍ ବୋଲି ସରକାର ଭାବୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe